Wed. Dec 25th, 2024

କୁମାରସ୍ୱାମୀଙ୍କୁ ବିଜେପିର ପ୍ରଶ୍ନ, କାହିଁକି ଟିପୁ ସୁଲତାନଙ୍କ ଜୟନ୍ତୀକୁ ଯାଉନାହାନ୍ତି ?

By amfnews Nov 10, 2018 #Featured
180 Views

ବାଙ୍ଗାଲୋର, ନଭେମ୍ବର ୧୦: କର୍ଣ୍ଣାଟକରେ ବିଜେପିର କଡା ବିରୋଧ ସତ୍ୱେ ରାଜ୍ୟ ସରକାର ଟିପୁ ସୁଲତାନଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି । ବିଜେପି ସମେତ ଅନେକ ହିନ୍ଦୁବାଦୀ ଦଳ ଏହାକୁ ନାପସନ୍ଦ କରିଛି । ଏପରି କି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ ମଧ୍ୟ କରିଛନ୍ତି ।

ଏହା ମଧ୍ୟରେ ଟିପୁଙ୍କ ଜୟନ୍ତୀକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନ ଯିବା ପ୍ରସଙ୍ଗରେ ପ୍ରଶ୍ନ କରିଛି ବିଜେପି । କୁମାରସ୍ୱାମୀ କାହିଁକି ସେଠାକୁ ଯାଉ ନାହାନ୍ତି ବୋଲି ଭାରତୀୟ ଜନତା ପାର୍ଟି ପଚାରିଛି ।

ବିଜେପିର ପ୍ରଶ୍ନ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟଗତ ଅସୁବିଧା ଯୋଗୁଁ ସେ ଟିପୁଙ୍କ ଜୟନ୍ତୀ ଯାଉ ନାହାନ୍ତି । ବିଜେପି ଏହାର ଅନ୍ୟ ଅର୍ଥ ବାହାର କରୁଛି । କେହି କେହି ସରକାର ଚାଲିଯିବା ଭୟରେ ସେ ସେଠାକୁ ଯାଉ ନାହିଁ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ହୁବୁଲି ଏବଂ ଧରୱାଡ ସହରରେ ଧାରା ୧୪୪ ଜାରି କରି ଦିଆଯାଇଛି । ଶନିବାର ସକାଳ ୬ରୁ ଆରମ୍ଭ ହୋଇଥିବା ଧାରା-୧୪୪ ରବିବାର ସକାଳ ୭ଟା ପର୍ୟ୍ୟନ୍ତ ଜାରି ରହିବ ।

ଗଣମାଧ୍ୟମ ସଂସ୍ଥାର ଖବର ଅନୁସାରେ କୁମାରସ୍ୱାମୀଙ୍କୁ ୩ ଦିନ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ କୁମାରସ୍ୱାମୀ ସମାରୋହରେ ଅନୁପସ୍ଥିତ ରହୁଥିବାରୁ ବିରୋଧୀ ରାଜନୈତିକ ଦଳର ନେତାମାନେ ସମାଲୋଚନା କରିଛନ୍ତି । ବିରୋଧୀ ନେତାମାନେ ଆଲୋଚନା କରୁଛନ୍ତି ଯେ, କୁମାରସ୍ୱାମୀ ଟିପୁ ସୁଲତାନଙ୍କ ଜୟନ୍ତୀ ସମାରୋହକୁ ନଯିବା ପାଇଁ ବାହାନା କରୁଛନ୍ତି । କେବଳ ଲୋକଙ୍କୁ ଭୁଆଁବୁଲାଇବା ଉଦ୍ଦେଶ୍ୟରେ ଟିପୁ ସୁଲତାନ ଜୟନ୍ତୀ ପାଳନ କରାଯାଉଛି ବୋଲି ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପା କହିଛନ୍ତି ।

By amfnews

Related Post