Sat. Mar 7th, 2026

କିଭଳି ପରିସ୍ଥିତିରେ ନିକିତା ଛାତ ଉପରୁ ତଳକୁ ପଡ଼ିଥିଲେ ଜାଣନ୍ତୁ, କ’ଣ ଘଟିଥିଲା ସେହି ସମୟରେ…

345 Views

କଟକ: ଅଭନେତ୍ରୀ ନିକିତାଙ୍କୁ ଲହୁଲୁହାଣ ଅବସ୍ଥାରେ ଶୁକ୍ରବାର ରାତିରେ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ଗତ ୪ମାସ ହେବ ସ୍ୱାମୀ ଲିପୁନ୍‌ଙ୍କ ସହିତ ନିକିତାଙ୍କ ମନୋମାଳିନ୍ୟ ଲାଗି ରହିଥିଲା। ସେଦିନ ରାତିରେ ବି ଲିପୁନ୍‌ ଓ ନିକିତାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ଓ ଉଭୟ ଛାତ ଉପରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ଯୋଗୁଁ ନିକିତା ତଳକୁ ଖସିପଡିଥିବା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ଏହି ଘଟଣାରେ ନିକିତା ସ୍ୱାମୀଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅଖିଳେଶ୍ୱର ସିଂ କହିଛନ୍ତି।

ପୁଲିସ୍‌ ସୂଚନା ମୁତାବକ, ବାହାଘରର କିଛି ମାସ ପରେ ନିକିତା ଏବଂ ତାଙ୍କ ସ୍ୱାମୀ ଲିପୁନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଯାଇଥିଲା । ଯେଉଁ କାରଣରୁ ଅଧିକାଂଶ ସମୟରେ ନିକିତା ଶାଶୂ ଘର ପରିବର୍ତ୍ତେ ବାପଘରେ ରହୁଥିଲେ । ଘଟଣା ଘଟିବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ କଥା ଯୁକ୍ତିତର୍କ ହୋଇଥିଲା। ଯାହାକି ଉଗ୍ରରୂପ ଧାରଣ କରିଥିଲା । ଏବଂ ନିକିତା ଏବଂ ଲିପୁନଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା । ଯେଉଁ କାରଣରୁ ନିକିତା ଛାତରୁ ତଳକୁ ଖସି ପଡିଯାଇଥିବା ପାରିପାଶ୍ୱିକ ପରିସ୍ଥିତିରୁ ଯାହା ଜଣା ପଡିଛି । ତେଣୁ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍‌ୱାମୀ ଲିପୁନ ହିଁ ଦାୟୀ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି ।

By amfnews

Related Post