Sun. Mar 8th, 2026

କିଭଳି ଅଛି କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା, ସମୀକ୍ଷା କରିବେ ଅଜିତ ଡୋଭାଲ

203 Views

ଶ୍ରୀନଗର   : ଧାରା ୩୭୦ ଉଛେଦ ହେବା ପରେ ଜାମ୍ମୁ କାଶ୍ମୀରର ସ୍ଥିତି କିଭଳି ରହିଛି ତାହାର ଆଜି ସମୀକ୍ଷା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ | ରବିବାର ଦିନ ଜମ୍ମୁକାଶ୍ମୀର ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହା ଗୃହ ସଚିବ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ | ଏହାସହ ଆଗାମୀ ରଣନୀତି ନେଇ ମଧ୍ୟ ଡୋଭାଲ ଓ ଗୃହ ସଚିବଙ୍କ ସହ ଶାହା ଆଲୋଚନା କରିଥିଲେ | ସମଗ୍ର କଶ୍ମୀର ଏବେ ସେନାର ଅଭେଦ୍ୟ ଦୁର୍ଗ ପାଲଟି ଯାଇଛି। ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଂଚଳରେ ସାମରିକ ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବାପରେ ଜମ୍ମୁ ଓ ଶ୍ରୀନଗରର ସମସ୍ତ ସରକାରୀ ପ୍ରତିଷ୍ଠାନକୁ କଡ଼ା ସୁରକ୍ଷା ବଳ‌ୟରେ ରଖାଯାଇଛି। ଦକ୍ଷିଣ କଶ୍ମୀରରେ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଧାରା ୩୭୦କୁ ଅଚଳ କରାଯିବା ପରିପ୍ରେକ୍ଷୀରେ ଉତ୍ପନ୍ନ ସ୍ଥିତିର ମୁକାବିଲା ପାଇଁ ସୀମାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ସ୍ଥଳସେନା ଏବଂ ବାୟୁସେନାକୁ ହାଇଆଲର୍ଟରେ ରଖାଯାଇଛି।

ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମିଳିତ ସୁରକ୍ଷା ବାହିନୀ ସ୍ବତନ୍ତ୍ର ରଣନୀତିରେ କାର୍ଯ୍ୟ କରୁଛନ୍ତି। ଖୋଦ ଡୋଭାଲ ଆଜି ଶ୍ରୀନଗରରେ ରହି ସୁରକ୍ଷାର ସମୀକ୍ଷା କରିବେ | ବିଛିନ୍ନତାବାଦୀ ଯେଭଳି କିଛି ବିଶୃଙ୍ଖଳା ନ କରନ୍ତି ତାହା ଉପରେ ନଜର ରଖିବେ ଡୋଭାଲ |

By amfnews

Related Post