Mon. Dec 23rd, 2024

କିଟ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଶିକ୍ଷାଲାଭ ପାଇଁ ଦୀପିକା ଇସ୍ପାତ ଶିକ୍ଷା ସଦନରୁ ଉତ୍ତୀର୍ଣ୍ଣ ୭ ଜଣ ବିଦ୍ୟାର୍ଥୀ

rklsanchar@gmail.com' By J.N. Pradhan Sep 1, 2018 #Featured
224 Views

ରାଉରକେଲା, ୧ା୯ : ଇସ୍ପାତ ସହରର ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସ୍ଥାପିତ ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷା ସଦନରୁ ଉତ୍ତୀର୍ଣ୍ଣ ହୋଇଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ଆରଏସପି, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି, ଭୁବନେଶ୍ୱରରେ ଆଇଟିଆଇ କୋର୍ସ ଅଧ୍ୟୟନ ନିମନ୍ତେ ପ୍ରାୟୋଜିତ କରିଛି । ଉପରୋକ୍ତ ଛାତ୍ରଛାତ୍ରୀମାନେ ହେଲେ ବର୍ଷାରାଣୀ ଜେନା, ଅମନ ବାଗ, ବିବେକ ରାଉତ, ରାଜା ମହାନନ୍ଦ, ସାହିଲ ନାୟକ, ରୋନିତ ଯୋଜୋ ଏବଂ ଦେବରାଜ ବାରିକ । ଉଲ୍ଲେଖନୀୟ ଯେ, ଏହି ସମସ୍ତ ଛାତ୍ରଛାତ୍ରୀ ଦୀପିକା ଇସ୍ପାତ ଶିକ୍ଷା ସଦନରୁ ଶିକ୍ଷାଲାଭ କରିଛନ୍ତି । ଆରଏସପି ଏହାର ସିଏସଆର ପ୍ରୟାସ ଅନ୍ତର୍ଗତ କିଟରେ ସେମାନଙ୍କର ଆବାସିକ ଶିକ୍ଷାଲାଭ ନିମନ୍ତେ ବିଦ୍ୟାର୍ଥୀ ପିଛା ବାର୍ଷିକ ୫୭ ହଜାର ଟଙ୍କା ପ୍ରଦାନ କରିବ ।

ଏହି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଆରଏସପି ସହର ପ୍ରଶାସନ ବିଭାଗର ଜିଏମ ଏନ କେ ସାମନ୍ତରାୟ ଅଗଷ୍ଟ ୩୦ ତାରିଖରେ ପାଶ୍ୱର୍ାଞ୍ଚଳ ବିକାଶ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ଏକ ଉତ୍ସବରେ ଭେଟିଥିଲେ ଏବଂ ଏହି ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ । ଏହି ଅବସରରେ ସିଏସଆର ବିଭାଗର ଏଜିଏମ ସୁଶ୍ରୀ ମୁନମୁନ ମିତ୍ରା ଓ ବିଭାଗର ଅନ୍ୟ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ବିଦ୍ୟାଳୟକୁ ରାଉରକେଲାର ଅଗ୍ରଣୀ ଜନହିତୈଷି ଅନୁଷ୍ଠାନ ଦୀପିକା ମହିଳ ସଂଘତି ପରିଚାଳନା କରୁଛି । ସମ୍ପ୍ରତି ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।

ଦୀପିକା ଇସ୍ପାତ ଶିକ୍ଷା ସଦନରେ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ସେମାନଙ୍କର ସମସ୍ତ ପାଠ୍ୟ ପୁସ୍ତକ, ଉପକରଣ ତଥା ସ୍କୁଲ ଜୋତା ଏବଂ ସ୍କୁଲ ବ୍ୟାଗ ମାଗଣାରେ ପାଇଥାନ୍ତି । ଏହି ବିଦ୍ୟାଳୟରୁ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ୨୦୧୬ ମସିହାରେ ଓଡିଶା ମାଧ୍ୟମିକ ବୋର୍ଡ ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାସ କରିଥିଲେ । ଏହି ବିଦ୍ୟାଳୟରୁ ପାସ କରିବା ପରେ ମଧ୍ୟ ଆରଏସପି ଏହାର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷାଲାଭ ନିମନ୍ତେ ସହାୟତା ଯୋଗାଇଦେଉଛି । ଆରଏସପିର ସିଇଓ ଅଶ୍ୱିନୀ କୁମାରଙ୍କ ମାର୍ଗଦର୍ଶନରେ ଇସ୍ପାତ କାରଖାନା ଏହି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଲାଭ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେଉଛି । ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ୪ ଜଣ ଛାତ୍ରଛାତ୍ରୀ ଆରଏସପିର ସହାୟତାରେ ପୂର୍ବ ବ୍ୟାଚରେ କିଟରେ ଅଧ୍ୟୟନରତ ଅଛନ୍ତି ।

Related Post