Tue. Nov 5th, 2024

କାହାକୁ “ଦେଖି ନେବି” ବୋଲି କହି ଧମକ ଦେଲେ, ଏଥର ଯିବାକୁ ପଡ଼ିବ ଜେଲ୍

By amfnews Aug 3, 2019 #Featured
105 Views

ନୂଆଦିଲ୍ଲୀ: ଯଦି ଆପଣ କାହାକୁ ଦେଖି ନେବି ବୋଲି ଧମକ ଦିଅନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏଣିକି ଏଭଳି ଧମକଚମକ ଦେଲେ ମିଳିବ ଦଣ୍ଡ । ଏପରିକି ଏଭଳି ମନ୍ତବ୍ୟ ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବା ସହିତ ଜେଲ ବି ଯିବାକୁ ପଡିପାରେ । ଭାରତୀୟ ଦଣ୍ଡ ସଂହିତା ଅର୍ଥାତ୍ ଆଇପିିସିର ଧାରା ୫୦୩ ଅନୁସାରେ କାହାକୁ ଦେଖିନେବି ଭଳି ଧମକ ଦେବା ଆଇନ ଦୃଷ୍ଟିରୁ ଅପରାଧ ଅଟେ । ଏଭଳି କହିବା ଦ୍ୱାରା ଆଇପିସିର ଧାରା ୫୦୬ ଅନୁସାରେ ଦୁଇ ବର୍ଷରୁ ଆରମ୍ଭ କରି ୭ ବର୍ଷ କାଳ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଥିଲା ।

ଯଦି ଆପଣ କୌଣସି ବ୍ୟକ୍ତିର ଶରୀର, ସମ୍ମାନ ତଥା ସଂପତ୍ତିର ହାନି  ପହଂଚାଇବାକୁ ଧମକ ଦିଅନ୍ତି , ତେବେ ଏଥିପାଇଁ ଆପଣଙ୍କୁ ଦୁଇ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ । ଏଥିସହିତ  ଆପଣଙ୍କ ଉପରେ ଜରିମାନା ମଧ୍ୟ ଲାଗିପାରେ । ଏହାଛଡା ଯଦି ଆପଣ କାହାକୁ ଜୀବନରୁ ମାରି ଦେବାକୁ କିମ୍ବା ନିଆଁ ଲଗାଇ କାହାର ସଂପତ୍ତିକୁ ନଷ୍ଟ କରିଦେବାକୁ କିମ୍ବା କୌଣସି ମହିଳାଙ୍କର ଚରିତ୍ର ଉପରେ ଆଙ୍ଗୁଳି ଉଠାଇଲା ଭଳି ଧମକ ଦିଅନ୍ତି, ତେବେ ଆପଣଙ୍କୁ ଏଥିପାଇଁ ୭ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ ।ତେବେ କାହାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ତଥା ଅଭଦ୍ର ଭଷା ପ୍ରୟୋଗ କରିବା କିମ୍ବା ଗାଳି ଦେବାକୁ ଧମକ ବୋଲି ଗ୍ରହଣ କରାଯାଇ ନପାରେ ।

ନିକଟରେ ଏକ ମାମଲାର ଶୁଣାଣି କରି  ସୁପ୍ରିମ କୋର୍ଟ କହିଥିଲେ କି, କେବଳ ଖରାପ ଭାଷାରେ ଗାଳି ଗୁଲଜ କରିବାକୁ ଧମକ କୁହାଯାଇ ପାରିବନି । କିନ୍ତୁ ଯଦି କେହି କୌଣସି ବ୍ୟକ୍ତିଙ୍କୁ ଗାଳି ଦିଅନ୍ତି କିମ୍ବା ତାଙ୍କ ପାଇଁ ଅଭଦ୍ର ଭାଷା ପ୍ରୟୋଗ କରନ୍ତି ତେବେ ଆଇପିସିର ଧାରା ୫୦୬ ଅନୁସାରେ ତାକୁ ଦଣ୍ଡିତ କରାଯାଇ ନପାରେ । କିନ୍ତୁ ଯଦି ଗାଳି ଦେବା ଏବଂ ଅଭଦ୍ର ଭାଷାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଆଇପିସିର ବାକି ଧାରାଗୁଡିକ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

By amfnews

Related Post