Sun. Nov 24th, 2024

କାଳୁପଡ଼ାଘାଟ-କୁହୁଡ଼ି-ଗଙ୍ଗାଧରପୁର ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ, ଅଗଷ୍ଟ ୪ରେ ୫ ଟ୍ରେନ୍‌ ବାତିଲ୍‌

By amfnews Aug 3, 2019 #Featured
93 Views

ଭୁବନେଶ୍ବର : ଅଗଷ୍ଟ ୪ରେ କାଳୁପଡ଼ାଘାଟ-କୁହୁଡ଼ି-ଗଙ୍ଗାଧରପୁର ଷ୍ଟେସନ୍‌ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯିବ। ତାହାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ଗୋଟିଏ ଏକ୍ସପ୍ରେସ୍‌ ସହ ୪ଟି ମେମୁ ଟ୍ରେନ୍‌କୁ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବାତିଲ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ବିଶାଖାପାଟଣାରୁ ୩ ତାରିଖ ଓ ଭୁବନେଶ୍ୱରରୁ ୪ ତାରିଖରେ ଛାଡ଼ିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ(୨୨୮୨୦/୨୨୮୧୯), ଭୁବନେଶ୍ୱରରୁ ୩ ଓ ପଲାସାରୁ ୪ ତାରିଖରେ ଛାଡ଼ିବାକୁ ଥିବା ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ(୬୮୪୧୯/୬୮୪୨୦), ୪ ତାରିଖ ଦିନ ଇଚ୍ଛାପୁରମ୍‌-କଟକ-ଇଚ୍ଛାପୁରମ୍‌ ମେମୁ(୬୮୪୩୪/୬୮୪୩୩) ଉଭୟ ଦିଗରୁ ବନ୍ଦ ରହିବ। ସେହିପରି ୪ତାରିଖ ଦିନ କଟକ-ପାରାଦୀପ-କଟକ ମେମୁ(୬୮୪୩୫/୬୮୪୩୬) ଓ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ(୬୮୪୧୧/୬୮୪୧୨) ଉଭୟ ଦିଗରୁ ବାତିଲ୍ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post