
ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅନେକ ଆଗରେ ଥିଲେ ମଧ୍ୟ ଏବେ ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ କାରଣରୁ ଏହା ହ୍ରାସ ପାଇଛି। ତେଣୁ ନିରନ୍ତର ଉଚ୍ଚ ଅଭିବୃଦ୍ଧି ହାସଲ ଅବ୍ୟାହତ ରଖାଯିବା ଉଚିତ ବୋଲି ଏନ୍.କେ ସିଂହ କହିଛନ୍ତି। ଏହାସହ ଚାଷର ବିକାଶ ପାଇଁ ରାଜ୍ୟ ସରକାର ଜଳସେଚନରେ ଯଥେଷ୍ଟ ଅଗ୍ରଗତି କରିଥିଲେ ମଧ୍ୟ କୃଷକମାନେ କିଭଳି ବିଭିନ୍ନ ପ୍ରକାରର ଫସଲ କରିବେ ଏବଂ ଉତ୍ପାଦନ କିଭଳି ବୃଦ୍ଧି ପାଇବ ତାହା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଅର୍ଥ କମିଶନ ଅଧ୍ୟକ୍ଷ ବିଭିନ୍ନ କ୍ଷେତ୍ରରେ ବିଚାର ବିମର୍ଷ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଆର୍ଥିକ ପରିଚାଳନା, ପ୍ରାକୃତିକ ବିର୍ପଯ୍ୟୟ ମୁକାବିଲାକୁ ପ୍ରଶଂସା କରିଛନ୍ତି ଅର୍ଥ କମିଶନ। ଅନ୍ୟପଟେ ଓଡ଼ିଶାରେ ସ୍ଥିର ସରକାର ଥିବାରୁ ରାଜ୍ୟର ଅଭିବୃଦ୍ଧି ହେଉଛି। କେନ୍ଦ୍ର ସରକାରଙ୍କ ଅର୍ଥକୁ ସଠିକ୍ ଭାବେ ରାଜ୍ୟ ସରକାର ବିନିଯୋଗ କରୁଛନ୍ତି ବୋଲି କହିଛନ୍ତି ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ କହିଛନ୍ତି।
15 ଯାଏଁ ‘କାଳିଆ’ ପାଇଁ ଆବେଦନ
କାଳିଆ ଯୋଜନାରେ ସାମିଲ ହେବାପାଇଁ ଆବେଦନର ଶେଷ ତାରିଖ ଜାନୁଆରୀ 10 ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଚାଷୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କାଳିଆ ଯୋଜନାର ଆବେଦନ ଫର୍ମ ଦାଖଲ ସମୟ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କାଳିଆ ଯୋଜନାରୂ ଯେମିତି ଜଣେ ବି କେହି ଯୋଗ୍ୟ ହିତାଧିକାରୀ ବାଦ ନପଡିବେ ସେଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Post Your View