Tue. Dec 24th, 2024

କାଳବୈଶାଖୀ ପ୍ରଭାବରେ କମିଲା ତାପମାତ୍ରା, ଦୁଇଦିନ ପରେ ପୁଣି ତାତିବ ଓଡିଶା

rout.subhashree22@gmail.com' By Subhashree Rout Apr 30, 2018 #Featured
292 Views

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ବଢ଼ୁଥିବା ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ମାତ୍ର ପଶ୍ଚିମ ଓଡିଶାରେ ଜାରି ରହିଛି ତାତି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳକୁ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ନିୟମିତ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ସ୍ଥଳଭାଗରେ ପ୍ରବଳ ଖରା ହେଉଥିବାରୁ କାଳବୈଶାଖୀ ଜନିତ ବର୍ଷା ହେଉଛି । କାଳବୈଶାଖୀ ବର୍ଷା କାରଣରୁ ପବନ, ଘଡଘଡିର ପ୍ରଭାବ ଅଧିକ ରହୁଛି । ଆସନ୍ତା ଦୁଇଦିନ ପରେ ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବା ସହ ପ୍ରାୟ ଜାଗାରେ ପାରଦ ୪୨ ଡିଗ୍ରୀ ଉପରେ ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Related Post