Sat. Mar 7th, 2026

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା

174 Views

ଭୁବନେଶ୍ୱର  : ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ପ୍ରବଳ ବର୍ଷା। ଏହା ଆସନ୍ତା ୮ ତାରିଖ ଯାଏ ଚାଲିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଲକ୍ଷ୍ମୀକାନ୍ତ ଗିରି ଏହି ସୂଚନା ଦେଇଛନ୍ତି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ ଆଖପାଖ ଅଞ୍ଚଳରେ ଆସନ୍ତା ୪ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତା’ ସହିତ ରାଜସ୍ଥାନରୁ ଓଡ଼ିଶା ଦେଇ ମଣିପୁର ଯାଏ ମନ୍‌ସୁନ୍‌ ଟ୍ରଫ୍‌ ଲାଇନ୍‌ ଲମ୍ବିଛି । ଏହା ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ବୋଲି ଜଣାଯାଇଛି।

ସେ କହିଛନ୍ତି, “ବିଶେଷ କରି ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମାଲକାନଗିରି, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।” ଶ୍ରୀ ଗିରି ଆହୁରି କହିଛନ୍ତି,“ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ ଏହି ଲଘୁଚାପ ନିଅଣ୍ଟିଆ ବର୍ଷା ପରିମାଣକୁ ପୂରଣ କରିବ।”

By amfnews

Related Post