Mon. Apr 21st, 2025

କାଲିଠୁ ଘଡ଼ଘଡ଼ି ସହ ବର୍ଷା

By amfnews Jan 27, 2020 #Featured
232 Views

ଭୁବେନେଶ୍ୱର : ଆଜି ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବ। ହେଲେ ଆସନ୍ତା ଦୁଇ ଦିନ ଧରି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ସହିତ କିଛି ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ରମେଶ ଗରତିଆ କହିଛନ୍ତି, ଆସନ୍ତାକାଲି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ସହିତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ସେ କହିଛନ୍ତି, “୨୯ ତାରିଖ ଦିନ ମଧ୍ୟ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମର ଧରଣର ବର୍ଷା ହେବ। ଏଥିସହ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବଜ୍ରପାତ ନେଇ ୯ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କଟକ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର।”

ଶ୍ରୀ ଗରତିଆ ଆହୁରି କହିଛନ୍ତି, “୩୦ ତାରିଖଠାରୁ ସାରା ରାଜ୍ୟରେ ଦୁଇରୁ ତିନି ଦିନ ଯାଏ ଘନ କୁହୁଡ଼ି ଦେଖିବାକୁ ମିଳିପାରେ। ହେଲେ ଶୀତ ଅନୁଭତ ହେବ ନାହିଁ। ଏକ ସପ୍ତାହ ପରେ ଦିନର ତାପମାତ୍ରା ବଢ଼ିବ।”

By amfnews

Related Post