241 Views
ଭୁବନେଶ୍ୱର, ଜାନୁଆରୀ ୧୧ : ଖସିବ ପାରଦ, ପୁଣି ବଢିବ ଶୀତ । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଲେଉଟିବ ଶୀତ। ଆସନ୍ତା 12ରୁ ରାଜ୍ୟକୁ ଶୀତ ବଢିବ । ରାଜ୍ୟର ଉପକୂଳ ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହୁଥିବାରୁ ଏହାର ପ୍ରଭାବରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି କେନ୍ଦ୍ର ସୂଚନା ଦେଇଛି ।
ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ।
ଗତ କିଛିଦିନ ରାଜ୍ୟକୁ କ୍ରମାଗତ ଭାବେ ପୂର୍ବା ଓ ଦକ୍ଷିଣା ପବନର ପ୍ରବାହ ଯୋଗୁଁ ତଥା ଅନ୍ୟପଟେ ଉତ୍ତରା ପବନ ପ୍ରବାହରେ ବାଧା ସୃଷ୍ଟି ଯୋଗୁଁ ତାପମାତ୍ରା ବଢ଼ିବାରେ ଲାଗିଛି । ଫଳରେ ଶୀତ କମିଛି । ଆସନ୍ତାକାଲିଠୁ ପୁଣି ରାଜ୍ୟକୁ ଶୀତ ଫେରିବ ।