165 Views
ପୁରୀ ୧୮/୧୧ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ। ଏଥିପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କୁ ଶୃଙ୍ଖଳାର ଦର୍ଶନ କରିବା ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୁଲିସ୍ ମୁତୟନ କରାଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି।
ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି। ପଞ୍ଚୁକରେ ଶ୍ରୀମନ୍ଦିର ଆଗରେ ଓ ଚାରିପାଖେ ୧୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ।
କାର୍ତ୍ତିକ ପୂର୍ଣ୍ଣିମାରେ ଟ୍ରାଫିକ ନିୟନ୍ତ୍ରଣ, ମନ୍ଦିର ବାହାରେ, ମନ୍ଦିର ଚାରିପାଖରେ ଓ ବେଳାଭୂମିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି। କେବଳ କାର୍ତ୍ତିକ ପୂର୍ଣ୍ଣିମା ଦିନ ୪୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ।
ଏହାଛଡ଼ା ପୁଲିସ୍ ସ୍ୱେଚ୍ଛାସେବୀଙ୍କ ସହାୟତା ମଧ୍ୟ ନେବ। ସମୁଦ୍ର କୂଳରେ ଲାଇଫ ଗାର୍ଡ ଓ ପୁଲିସ୍ ଫୋର୍ସ ମୁତୟନ ରହିବେ ବୋଲି ପୁରୀ ଏସ୍ପି କହିଛନ୍ତି।