Mon. Apr 7th, 2025

କାର୍‌ରୁ ଟାଣି ନେଇ ଯୁବତୀଙ୍କ ସହ ଦୁଷ୍କର୍ମ କଲେ ୧୦ ଜଣ ଲୋକ

By amfnews Feb 12, 2019 #Featured
175 Views

ଲୁଧିଆନା: ଲୁଧିଆନା ଠାରୁ ୧୫ କିଲୋମିଟର ଦୂର ଇସେଓ୍ଵାଲ୍‌ ଗାଁ ପାଖ ସିଦ୍‌ଓ୍ଵାନ୍‌ କେନାଲ୍‌ କୂଳରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ କାର୍‌ ଭିତରୁ ଟାଣି ନେଇ ୧୦ ଜଣ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ପୁଲିସ ସୋମବାର ଦିନ କହିଛି।

ଶନିବାର ରାତିରେ ଯୁବତୀଜଣକ ନିଜ ବନ୍ଧୁଙ୍କ ସହ କାର୍‌ରେ ଲୁଧିଆନାର ଇସେଓ୍ଵାଲ୍‌ ଗାଁ’କୁ ଯାଉଥିବା ବେଳେ ତିନିଟି ବାଇକ୍‌ରେ ଅଭିଯୁକ୍ତମାନେ ତାଙ୍କୁ ଅନୁସରଣ କରି ଜାଗରାଓଁ ଠାରେ ଅଟକାଇଥିଲେ। ସେମାନେ ଅଟକିବାକ୍ଷଣି ଅଭିଯୁକ୍ତମାନେ କାର୍‌ ଉପରକୁ ଟେକାପଥର ଫିଙ୍ଗି ଥିଲେ। ତା’ପରେ ଆକ୍ରମଣକାରୀମାନେ ଯୁବତୀଙ୍କୁ କାର୍‌ ମଧ୍ୟରୁ ଉଠାଇ କେନାଳକୂଳର ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲେ। ସେଠାକୁ ସେମାନେ ଆଉ ଛଅ ସାତ ଜଣ ଲୋକଙ୍କୁ ଡକାଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୁଲିସ କହିଛି।

ଉଭୟ ଯୁବତୀ ଓ ତାଙ୍କ ବନ୍ଧୁଙ୍କୁ ରବିବାର ଯାଏଁ ସେଠାରେ ଅଟକ ରଖାଯାଇଥିଲା।ସିଭିଲ୍‌ ହସ୍‌ପିଟାଲ୍‌ ରିପୋର୍ଟ ଅନୁସାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି।

ଏ ଘଟନାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।

By amfnews

Related Post