Sun. Mar 8th, 2026

କାର୍‌ ଦୁର୍ଘଟନାରୁ ଅକ୍ଷତ ଅବସ୍ଥାରେ ବର୍ତ୍ତିଲେ ରାଣୀ ଏଲିଜାବେଥ୍‌ଙ୍କ ସ୍ୱାମୀ ଯୁବରାଜ ଫିଲିପ୍‌

241 Views

ନୂଆଦିଲ୍ଲୀ, ଜାନୁଆରୀ ୧୮  : ଇଂଲଣ୍ଡ୍‌ର ରାଣୀ ଏଲିଜାବେଥ୍‌ଙ୍କ ୯୭ ବର୍ଷିୟ ସ୍ୱାମୀ ଯୁବରାଜ ଫିଲିପ୍‌ ଗୁରୁବାର ଦିନ ଏକ କାର୍‌ ଦୁର୍ଘଟନାରୁ ଅକ୍ଷତ ଅବସ୍ଥାରେ ବର୍ତ୍ତିଯାଇଛନ୍ତି। ପୂର୍ବାଞ୍ଚଳ ଇଂଲଣ୍ଡ୍‌ର ସାଣ୍ଡ୍ରିଙ୍ଗ୍‌ହାମ୍‌ ଇଷ୍ଟେଟ୍‌ ନିକଟରେ ସେ କାର୍‌ ଚଳାଉଥିବା ବେଳେ ଦୁର୍ଘଟନା ଘଟିଥିଲା।

ପୁଲିସ କହିଛି ଯେ ଦୁଇ ଜଣ ବ୍ୟକ୍ତିଙ୍କୁ ନେଇ ଆସୁଥିବା ଅନ୍ୟ ଏକ କାର୍‌ ଯୁବରାଜ ଫିଲିପ୍‌ଙ୍କ କାର୍‌ ସହ ଧକ୍କା ଖାଇଥିଲା। ଫଳରେ ଲ୍ୟାଣ୍ଡ୍‌ ରୋଭର୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟନାରେ ସାମାନ୍ୟ ଆହତ ହୋଇଥିବା ସେ ବ୍ୟକ୍ତି ଦୁହିଁଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି।

ଫିଲିପ୍‌ ଡ୍ରାଇଭ୍‌େଓ୍ଵରୁ (କୌଣସି ଘର ବା ବଙ୍ଗଳାରୁ ବାହାରିଥିବା ରାସ୍ତା) ଗାଡ଼ି ଚଳାଇ ମୁଖ୍ୟ ରାସ୍ତାକୁ ଉଠୁଥିବା ବେଳେ ଦୁର୍ଘଟନା ଘଟିଥିଲା ଓ ସେ ଥରି ଉଠିଥିଲେ ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ଗୁରୁବାର ଦିନ ଘଟିଥିବା ଦୁର୍ଘଟନା ସତ୍ୟ ଏବଂ ଡ୍ୟୁକ୍‌ ଅଫ୍‌ ଏଡିନ୍‌ବରୋ ଅର୍ଥାତ୍‌ ପ୍ରିନ୍‌ସ୍‌ ଫିଲିପ୍‌ ଆହତ ହୋଇ ନ ଥିବା କଥା ବକିଙ୍ଗ୍‌ହାମ୍‌ ପାଲେସ୍‌ ତରଫରୁ ପ୍ରକାଶିିତ ବିବୃତିରେ କୁହାଯାଇଛି। ଗାଡ଼ି ଚଳାଉଥିବା ଫିଲିପ୍‌ଙ୍କୁ ମଧ୍ୟ ଡାକ୍ତରମାନେ ପରୀକ୍ଷା କରିଥିଲେ। ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ି ନ ଥିଲା। ଏବେ ସେ କାଉଣ୍ଟି ଅଫ୍‌ ନର୍‌ଫୋକ୍‌ରେ ରାଣୀ ଏଲିଜାବେଥ୍‌ଙ୍କ ମାଲିକାନାରେ ଥିବା ଗ୍ରାମୀଣ ବାସଭବନ ସାଣ୍ଡ୍ରିଙ୍ଗ୍‌ହାମ୍‌ ଠାରେ ରହୁଛନ୍ତି।

By amfnews

Related Post