Sun. Mar 8th, 2026

କାର୍ଯ୍ୟରେ ଯୋଗଦେଲେ ମହିଳା କମିସନ ଅଧ୍ୟକ୍ଷା

141 Views

ଭୁବନେଶ୍ୱର : ମହିଳା କମିସନ୍‌ ଅଧ୍ୟକ୍ଷା ଭାବେ ମିନତି ବେହେରା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଗଷ୍ଟ ୧୬ରେ ଏହି ପଦରେ ତାଙ୍କୁ ସରକାର ଅଧିଷ୍ଠିତ କରିବା ପରେ ଆଜି ସେ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି। ପୂର୍ବାହ୍ନ ୧୧ଟା‌ରେ ନୂଆ ଅଫିସ୍‌ରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ସେ କହିଛନ୍ତି, ଅଭିଯୋଗର ୧୫ଦିନ ମଧ୍ୟରେ ପୀଡ଼ିତା ନ୍ୟାୟ ପାଇବ। କୌଣସି ପରିସ୍ଥିତିରେ ମହିଳା ଉପରେ ଅତ୍ୟାଚାର ସହ୍ୟ କରାଯିବ ନାହିଁ ବା ଅଭିଯୁକ୍ତକୁ ବରଦାସ୍ତ କରାଯିବ ନାହିଁ। ତା’ ସହ ତ୍ବରିତ ନ୍ୟାୟ ଉପରେ ଗୁରୁତ୍ବ ଦିଆଯିବ। ପଡ଼ି ରହିଥିବା ମାମଲା କିଭଳି ତୁରନ୍ତ ଫଇସଲା ହେବ, ସେନେଇ ସ୍ବତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରାଯିବ। କୌଣସି ପୀଡ଼ିତାଙ୍କୁ ବାରମ୍ବାର ଦଉଡ଼ିବାକୁ ପଡ଼ିବ ନାହିଁ। ସେ ଦଉଡ଼ିବା ପୂର୍ବରୁ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି। ଏଭଳି ଏକ ଦାୟିତ୍ବସଂପନ୍ନ କାର୍ଯ୍ୟ ତାଙ୍କୁ ପ୍ରଦାନ କରାଯାଇଥିବାରୁ ‌ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ମୁତାବକ, ୧୯୯୩ ମସିହାରୁ ଏହି ମହିଳା କମିସନ୍‌ କାର୍ଯ୍ୟ କରୁଛି। ଅଦ୍ୟାବଧି ୭୧ହଜାର ୦୨୯ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୬୧ହଜାର ୩୮୪ଟି ମାମଲାର ବିଚାର କରାଯାଇଛି। ଆଉ ୯ହଜାର ୬୪୦ ମାମଲା ପଡ଼ି ରହିଛି। ନୂଆ ମାମଲା ସହ ଏ ସବୁର ତ୍ବରିତ ବିଚାର ଉପରେ ଫୋକସ୍‌ ରହିବ ବୋଲି ସେ କହିଛନ୍ତି।

By amfnews

Related Post