ରାଜ୍ୟରେ ଯୋଗୀ ସରକାର ସରକାରୀ ଗାଡିରେ ନାଲିବତୀ ହଟାଇ ଭିଆଇପି ସଂସ୍କୃତିରେ ପୂର୍ଣ୍ଣଛେଦ ପକାଇଥିବା ଦାବି କରିଥିଲେ । କିନ୍ତୁ କୁଶିନଗରର ଏକ ମହୋତ୍ସବରେ ଯୋଗଦେଇଥିବା ରାଜେନ୍ଦ୍ରଙ୍କ ଏକ ଆଚରଣ ରାଜ୍ୟ ସରକାରଙ୍କ ଛବି ଖରାପ କରିଛି । ଯାହାକୁ ନେଇ ବିରୋଧୀ ସରକାରଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ଗୁରୁଜନଙ୍କ ଧ୍ୟାନ ରଖିବା ସଂସ୍କାର ଅଟେ- ବିଜେପି ଜିଲ୍ଲା ସଭାପତି
ସୂଚନା ମୁତାବକ, ଗତକାଲି ଦିନ ୧୨ଟାରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂ, କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ସାଂସଦ ରାଜେଶ ପଣ୍ଡିତ ବୁଦ୍ଧ ପିଜି କଲେଜ କୁଶିନଗରରେ ଚାରାରୋପଣ କରିବା ପାଇଁ ପହଁଚିଥିଲେ । ସେଠାରେ ରାଜେନ୍ଦ୍ର ସିଂଙ୍କ ଜୋତାରେ କାଦୁଅ ଲାଗି ଯାଇଥିଲା । ଏହା ଦେଖିବା ପରେ ସେ ନିଜ କାର୍ଯ୍ୟକର୍ତାଙ୍କୁ ଏହାକୁ ସଫା କରିବା ପାଇଁ କହିଥିଲେ । କିଛି ସମୟ ପରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଥିଲା ।
ବିଜେପି ଜିଲ୍ଲା ସଭାପତି ଜିପି ଶାହୀ ଏହି ମାମଲାରେ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ମନ୍ତ୍ରୀ ନିଜେ ଜୋତା ସଫା କରିବା ପାଇଁ ଚାହିଁଥିଲେ । କିନ୍ତୁ ପାଖରେ ଥିବା ଜଣେ କର୍ମୀ ମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଏହା ହେଉଛି କର୍ମୀଙ୍କ ସଂସ୍କାର । ରାଜେନ୍ଦ୍ର କିନ୍ତୁ ଏହାକୁ ଖଣ୍ଡନ କରି ନିଜେ ଜୋତା ସଫା କରିଥିବା କହିଛନ୍ତି ।