Sat. Mar 7th, 2026

କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଦୁଇଟି ସ୍ବତନ୍ତ୍ର ଟ୍ରେନ୍, ଆଗକୁ ୩ଟି ଟ୍ରେନ୍‌ରେ ମିଳିବ ଅଣସଂରକ୍ଷିତ ସ୍ଲିପର କ୍ଲାସ୍‌ ଯାତ୍ରା ସୁବିଧା

466506979
217 Views

ଭୁବନେଶ୍ବର : କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଟ୍ରେନ୍‌ରେ ଯିବା ଆସିବା ସମୟରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏଥିରେ ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ପୁରୀରୁ ଅପରାହ୍‌ଣ ୨ଟାରେ ଛାଡ଼ି ପଲାସା ଅଭିମୁଖେ ଯାତ୍ରା କରିବ। ସେହିଭଳି ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ ପାସେଞ୍ଜରକୁ ଆସନ୍ତାକାଲି ପାଇଁ ନୟାଗଡ଼ ଟାଉନକୁ ସମ୍ପ୍ରସାରିତ କରାଯିବ ଏବଂ ଏହା ଖୋର୍ଦ୍ଧା ରୋଡ ଓ ନୟାଗଡ଼ ଟାଉନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିବ।ସେହିପରି ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ଯାତ୍ରୀ ମାନଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଆହୁରି ୩ଟି ଟ୍ରେନରେ ଅଣସଂରକ୍ଷିତ ସ୍ଲିପର କ୍ଲାସ୍ ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ସ୍ବଳ୍ପ ଦୂରଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରୀ ମାସ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ବିତୀୟ ଶ୍ରେଣୀ ଠାରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଆହୁରି ୩ଟି ଟ୍ରେନରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା ପାଇପାରିବେI ୧୮୪୯୬ ଭୁବନେଶ୍ୱର-ରାମେଶ୍ବରମ୍ ଏକ୍ସପ୍ରେସରେ ମାର୍ଚ୍ଚ ୬ରୁ ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ, ୧୮୪୦୧ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ରେ ଫେବ୍ରୁଆରି ୨୩ରୁ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏବଂ ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସରେ ଫେବ୍ରୁଆରି ୧୮ରୁ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବ। ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କଠାରୁ ଏହି ସବୁ ଟ୍ରେନ ମାନଙ୍କ ପାଇଁ ଅଣସଂରକ୍ଷିତ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ଟିକେଟ କିଣି ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ସ୍ଥିରୀକୃତ ଏସ୍‌-୬ ସ୍ଲିପର କ୍ଲାସରେ ଯାତ୍ରା ସୁବିଧା ପାଇପାରିବେ।

By amfnews

Related Post