Wed. Jan 15th, 2025

କାର୍ଗିଲ ବିଜୟ ଦିବସ: ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜମ୍ମୁ କଶ୍ମୀର ଗସ୍ତ

By amfnews Jul 20, 2019 #Featured
73 Views

ଜମ୍ମୁ, ଜୁଲାଇ ୨୦ : ଭାରତ ୨୦ତମ କାର୍ଗିଲ ବିଜୟ ଦିବସ ପାଳନ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜମ୍ମୁ କଶ୍ମୀର ଗସ୍ତ କରୁଛନ୍ତି । ରାଜନାଥ ସିଂହ ଦିନସାରା ଆଜି ଜମ୍ମୁ କଶ୍ମୀରରେ ରହିବେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ରାଜନାଥ ସିଂହଙ୍କ ସହିତ ସେନା ମୁଖ୍ୟ ଜେନେରାଲ ବିପିନ ରାଓତ ମଧ୍ୟ ସାଥୀରେ ରହିବେ । 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡ୍ରାସରେ ଥିବା ଯୁଦ୍ଧ ସ୍ମାରକ ପୀଠରେ ଶ୍ରଦ୍ଧାଞ୍ଜଳି ଦେବେ । ଏହା ପରେ ସେ ଲଦାଖ ଅଂଚଳରେ ଥିବା ନିୟନ୍ତ୍ରଣ ରେଖା ପରିଦର୍ଶନରେ ଯିବେ । ସେଠାରେ ମୁତୟନ ଥିବା ସେନା, ସୁରକ୍ଷା ଓ ସେନା ସାମଗ୍ରୀ ଉପରେ ରାଜନାଥ ସିଂହ ସମୀକ୍ଷା କରିବେ । 

ଦିବସ ବ୍ୟାପୀ ଗସ୍ତ କାଳରେ ରାଜନାଥ ସିଂହ ସାମ୍ବା ଓ କାଠୁଆ ଜିଲ୍ଲାରେ ନବନିର୍ମିତ ବ୍ରିଜ ଉଦଘାଯନ କରିବେ । ବିଜେପ କେନ୍ଦ୍ରରେ ୨ୟ ଥର କ୍ଷମତାକୁ ଆସିବା ପରେ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ଦାୟିତ୍ୱ ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଜନାଥଙ୍କର ଏହା ହେଉଛି ପ୍ରଥମ ଗସ୍ତ । ସୂଚନାଯୋଗ୍ୟ ଯେ, ଭାରତୀୟ ସେନା ୧୯୯୯ ଜୁଲାଇ ୨୬ରେ କାର୍ଗିଲ ଯୁଦ୍ଧରେ ବିଜୟୀ ହୋଇଥିଲେ । ସେହିଦିନ ଠାରୁ ପ୍ରତିବର୍ଷ କାର୍ଗିଲ ବିଜୟ ଦିବସ ପାଳନ ହୋଇଆସୁଛି । 

By amfnews

Related Post