Sat. Mar 7th, 2026

କାବୁଲ: ଥାନା ନିକଟରେ କାର୍‌ ବୋମା ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୩୪ ଜଣ ଆହତ

239 Views

କାବୁଲ   : ବୁଧବାର ଦିନ ଆଫଗାନିସ୍ଥାନର ରାଜଧାନୀ କାବୁଲର ଏକ ଥାନା ବାହାରେ ଗୋଟାଏ କାର୍‌ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୩୪ ଜଣ ଲୋକ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସକାଳ ଜନଗହଳି ସମୟରେ ସହରର ପଶ୍ଚିମରେ ହୋଇଥିବା ଏହି ବସ୍ଫୋରଣ ପାଇଁ ତୁରନ୍ତ କେହି ନିଜକୁ ଦାୟୀ କରି ନାହାନ୍ତି। ବିସ୍ଫୋରଣ ପରେ ଧୂସର ଧୂଆଁର ବଉଦ ଆକାଶକୁ ଉଠିଥିଲା। ଷ୍ଟେସନ୍‌ ବାହାରେ ଥିବା ଚେକ୍‌ପଏଣ୍ଟ୍‌ରେ ଗାଡ଼ିଟି ଅଟକାଯିବା ବେଳେ ବୋମାଟି ଫୁଟିଥିବା କଥା ଅଭ୍ୟନ୍ତରୀଣ ମନ୍ତ୍ରାଳୟ ମୁଖପାତ୍ର ନସ୍‌ରତ୍‌ ରହିମି କହିଛନ୍ତି।ଆହତ ହୋଇଥିବା ୩୪ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନିଆ ଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

By amfnews

Related Post