Sat. Mar 7th, 2026

କାଦର ଖାନ୍‌ ଜୀବିତ, ମୃତ୍ୟୁ ଖବର କେବଳ ଗୁଜବ : ପୁଅ ସରଫରାଜ୍‌

213 Views

ମୁମ୍ବାଇ, ଡିସେମ୍ବର ୩୧ : ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି ଯାହା ପ୍ରଚାରିତ ହେଉଛି ତାହା କେବଳ ଗୁଜବ ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍‌ ଖାନ୍‌। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଛି। ତାଙ୍କ କଥା ଡାକ୍ତରମାନେ ଭଲଭାବେ ବୁଝୁଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି ବୋଲି ଗତଶୁକ୍ରବାର ଖବର ହସ୍ତଗତ ହୋଇଥିଲା। କାଦର ଖାନ ଏବେ କାନାଡାରେ ପୁଅ ସର୍ଫରଜ ଏବଂ ବୋହୂଙ୍କ ସହ ରହୁଛନ୍ତି।

ଜାଣିବାକୁ ମିଳିଥିଲା ଯେ ସେ ଆଦୌ ସୁସ୍ଥ ନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି। ତାଙ୍କ ଶରୀରର ଏହି ସମସ୍ୟା ହେତୁ ସେ ସମୟେ ସମୟେ ନିଶ୍ୱାସଶୂନ୍ୟ ହୋଇ ପଡୁଛନ୍ତି। ଏହି କାରଣରୁ ଡାକ୍ତରମାନେ ତାଙ୍କୁ ରେଗୁଲାର ଭେଣ୍ଟିଲେଟରରୁ ବିପାପ୍ ଭେଣ୍ଟିଲେଟରକୁ ସ୍ଥାନାନ୍ତରଣ କରିଛନ୍ତି। ରେଗୁଲାର ଭେଣ୍ଟିଲେଟରରେ ରହିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ବେଳେ ବେଳେ ସମସ୍ତଙ୍କୁ ଚିହ୍ନିପାରୁଛନ୍ତି ଓ ଆଖିରେ ଆଖି ମିଶାଉଛନ୍ତି। ମାତ୍ର ସେ ଆଉ କଥାବାର୍ତ୍ତା କରି ପାରୁନାହାନ୍ତି। ଜାଣିବାକୁ ମିଳିଛି ଯେ ସେ ନିମୋନିଆର ବି ଆକ୍ରାନ୍ତ। କେଦାରଙ୍କ ସଂପର୍କରେ ତାଙ୍କ ପୁଅ ସୂଚନା ଦେଇ କହିଛନ୍ତି କି ପୂର୍ବରୁ ସ୍ୱାସ୍ଥ୍ୟାବସ୍ଥା ସମାନ୍ୟ ଭଲ ଥିଲା ବେଳେ ବି ସେ ଚାଲିବା ପାଇଁ ସାହାରା ଲୋଡୁଥିଲେ। କିଛି ବାଟ ଚାଲିବା ପରେ କାଳେ ପଡ଼ିଯିବେ ଭାବି ସେ ବସି ପଡୁଥିଲେ।

By amfnews

Related Post