Sat. Mar 7th, 2026
372 Views

ଭୁବନେଶ୍ୱର:ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଦିନକୁ ଦିନ ରାଜନୀତି ତେଜିବାରେ ଲାଗିଛି। ଏହି ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। କହିଲେ-ବିଜେପି ପାଖରେ ପ୍ରସଙ୍ଗ ନାହିଁ, ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚାହୁଁଛି। ରାଜନୀତି ନ କରି ତଦନ୍ତକୁ ସମ୍ମାନ ଦେବା ଉଚିତ୍। ତଦନ୍ତ ପୂର୍ବରୁ ଏଭଳି ମନ୍ତବ୍ୟ ତଦନ୍ତକୁ ପ୍ରଭାବିତ କରିପାରେ। ଫଟୋ ଦେଖାଇ ଅଭିଯୋଗ କରିବା ଠିକ୍ ନୁହେଁ। ଫଟୋରେ ବି ବିଜେପି ନେତା ଅଛନ୍ତି, ତେଣୁ ସେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସୂଲତା କହିଛନ୍ତି।

ସୂଚନା ଅନୁଯାୟୀ ପୂର୍ବରୁ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ବିଜେଡି ନେତା ଅରୁଣ ସାହୁ, ପ୍ରଣବ ବଳବନ୍ତରାୟଙ୍କ ଫଟୋ ମିଳିଥିଲା। ହେଲେ ଏବେ ବିଜେପି ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଫଟୋ ଅଭିଯୁକ୍ତଙ୍କ ସହ ଥିବା ଭାଇରାଲ ହୋଇଛି। ତେବେ ଉଭୟ ବିଜେପି ଏବଂ କଂଗ୍ରେସ ଏହି ଘଟଣାରେ ସରକାରଙ୍କୁ ଘେରିଛନ୍ତି। ଉଭୟ ଦଳର ପ୍ରତିନିଧୀ ମାନେ ହରିଦାସ ପୁର ଗସ୍ତ କରି ସ୍ମିତାରାଣୀଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ସର୍ବିଶେଷ ତଥ୍ୟ ସଂଗ୍ରହ କରିଥିଲେ।

ବିଜେପି ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବିଜେଡି ଲିଙ୍କକୁ ନେଇ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଆସନ୍ତା ୨୧ ତାରିଖରେ ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି।

By amfnews

Related Post