Fri. Jan 17th, 2025

କଶ୍ମୀରରେ ୪୦୦ଟି ଇଣ୍ଟରନେଟ ବୁଥ ଖୋଲିବାକୁ ନିର୍ଦ୍ଦେଶ

By amfnews Jan 16, 2020 #Featured
196 Views

ଶ୍ରୀନଗର  :   ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଇଣ୍ଟରନେଟ ସେବାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ପାଇଁ କିଛିଟା ଖୁସି କରିବା ଭଳି ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର ଡିଭିଜନକୁ ବିଭିନ୍ନ ସ୍ଥାନରେ ୪୦୦ଟି ଇଣ୍ଟରନେଟ କିଓସ୍କୋ ବା ବୁଥ ବା ଡିପୋ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ କଶ୍ମୀରରେ ୮୪୪ଟି ଇ-ଟର୍ମିନାଲ ଓ ବ୍ରଡବ୍ୟାଣ୍ଡ ସେବା ଯୋଗାଇବାକୁ ୬୯ଟି ସ୍ୱତନ୍ତ୍ର କାଉଣ୍ଟର ରହିଛି। କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ପର୍ଯ୍ୟଟନ ସେକ୍ଟରର ବିକାଶ ପାଇଁ ଆଉ ୪୦୦ଟି ଇଣ୍ଟରନେଟ ବୁଥ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ବିଳମ୍ବିତ ରାତିରେ ପ୍ରିନ୍ସିପାଲ ସେକ୍ରେଟାରୀ(ଗୃହ) ଶାହେଲୀନ କାବ୍ରା ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଜାନୁଆରୀ ୧୦ ନିର୍ଦ୍ଦେଶ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ପୋଷ୍ଟ ପେଡ୍‌ ମୋବାଇଲ ଗୁଡ଼ିକରେ ୨ ଜି ଇଣ୍ଟରନେଟ ସେବା ଆରମ୍ଭ କରିଥିଲା। ହେଲେ ଏହା କେବଳ ଜମ୍ମୁର ୫ଟି ଜିଲ୍ଲାରେ ସୀମିତ ରହିଛି। ଏହାପୂର୍ବରୁ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବାରେ ଇଣ୍ଟରନେଟ ସେବା ଉପଲବ୍ଧ ରହିଥିଲା।

କାବ୍ରା କହିଛନ୍ତି, “ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଜମ୍ମୁ-କଶ୍ମୀରର ଅନ୍ୟ ସବୁ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ସ୍ଥିତି ସମୀକ୍ଷା କରାଯାଉଛି। ସ୍ଥିତିରେ ସୁଧାର ଆସିଲେ, ଇଣ୍ଟରନେଟ ସେବା ଆରମ୍ଭ କରାଯିବ।”

By amfnews

Related Post