150 Views
ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଦୃଢ଼ କଟକଣା ଲାଗୁ କରାଯାଇଥିବା ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟେଦ୍ ଅଲି ଶାହା ଗୀଲାନିଙ୍କୁ ୪ ଦିନ ପାଇଁ ଇଣ୍ଟର୍ନେଟ୍ ଆକ୍ସେସ୍ ଦେବାରେ ସମ୍ପୃକ୍ତ ଦୁଇ ଜଣ ବିଏସ୍ଏନ୍ଏଲ୍ ଅଧିକାରୀଙ୍କୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିଲମ୍ବିତ କରିଛି।
ସମଗ୍ର ଉପତ୍ୟକା ବନ୍ଦ ହୋଇ ଯାଇଥିବା ବେଳେ ଗୋଟିଏ ସପ୍ତାହରୁ ଅଧିକ କାଳ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିବା ସମୟରେ ଗୀଲାନି ତାଙ୍କ ଆକାଉଣ୍ଟ୍ରେ ଟୁଇଟ୍ କରୁଥିବା ଦେଖାଯାଇଥିଲା। ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଉଚ୍ଛେଦ କରାଯିବା ପୂର୍ବରୁ ଅଗଷ୍ଟ ୪ ତାରିଖ ଦିନ ଲ୍ୟାଣ୍ଡ୍ଲାଇନ୍ ସମେତ ସମଗ୍ର କଶ୍ମୀରରେ ସମସ୍ତ ଯୋଗାଯୋଗ ଲାଇନ୍ ଛିନ୍ନ କରାଯାଇଥିଲା।