Wed. Mar 11th, 2026

କଶ୍ମୀର ରାଜ୍ୟପାଳଙ୍କ ବିବାଦୀୟ ବୟାନ : ଲୁଟେରାଙ୍କୁ ଗୁଳି କର

172 Views

ଶ୍ରୀନଗର : ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବୟାନକୁ ନେଇ ଆଜି ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏଠାରେ ଅନୁଷ୍ଠିତ ଏକ ସଭାରେ ସେ ଆତଙ୍କବାଦୀଙ୍କୁ ସମାଲୋଚନା କରିବା ସହିତ ପରାମର୍ଶ ଦେଇଛନ୍ତି, ‘ନିରୀହ ଲୋକଙ୍କୁ ହତ୍ୟା କରନାହିଁ। ଯଦି ମାରିବାକୁ ଚାହୁଁଛ, ତା’ହେଲେ କଶ୍ମୀରକୁ ଲୁଟୁଥିବା ଲୋକମାନଙ୍କୁ ହିଁ ହତ୍ୟା କର।’ ସେ ଆହୁରି କହିଲେ ଯେ ଆତଙ୍କବାଦୀମାନେ ଯାହାକୁ ଟାର୍ଗେଟ କରୁଛନ୍ତି, ସେମାନେ ହେଉଛନ୍ତି ନିରୀହ ସାମରିକ ଯବାନ ଏବଂ ପୁଲିସ କର୍ମଚାରୀ। କିନ୍ତୁ ଯେଉଁମାନେ କଶ୍ମୀରକୁ ବର୍ଷ ବର୍ଷ ଧରି ଲୁଟି ଚାଲିଛନ୍ତି, ସେମାନଙ୍କର କୌଣସି କ୍ଷତି ହେଉନାହିଁ। ତେଣୁ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଛାଡ଼ି ଲୁଟେରାମାନଙ୍କୁ ହିଁ ଗୁଳିକରି ହତ୍ୟା କରନ୍ତୁ। ତେବେ କିଛି ସମୟ ପରେ ସେ ଭୁଲ୍‌ଟିକୁ ବୁଝିବା ପରେ ରାଜ୍ୟପାଳ କହିଥିଲେ ଯେ ହିଂସା କୌଣସି ସମସ୍ୟାର ସମାଧାନ କରେ ନାହିଁ। ଶ୍ରୀଲଙ୍କାରେ ତାମିଲ ଉଗ୍ରପନ୍ଥୀମାନଙ୍କର ଉଦାହରଣ ଦେଇ ସେ କହିଲେ, ଶେଷରେ ଆତଙ୍କବାଦର ହିଁ ବିନାଶ ହେଲା। ତେଣୁ ଆତଙ୍କବାଦୀମାନେ ହିଂସା ଛାଡ଼ି ଶାନ୍ତି ପ୍ରକ୍ରିୟାରେ ସାମିଲ ହୁଅନ୍ତୁ।

By amfnews

Related Post