Fri. Mar 14th, 2025

କଶ୍ମୀର ପ୍ରସଙ୍ଗରେ ପାର୍ଲାମେଣ୍ଟ୍‌ର ଉଭୟ ଗୃହରେ ଉଦ୍‌ବୋଧନ ଦେବେ ଅମିତ ଶାହା

By amfnews Aug 5, 2019 #Featured
176 Views

ନୂଆଦିଲ୍ଲୀ  : ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଶ୍ମୀର ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଉଦ୍‌ବୋଧନ ଦେବେ। କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଶାହା ପୂର୍ବାହ୍ନ ୧୧ଟା ବେଳେ ରାଜ୍ୟସଭା ଓ ମଧ୍ୟାହ୍ନ ୧୨ଟାରେ ଲୋକସଭାରେ ଉଦ୍‌ବୋଧନ ଦେବା କଥା ସ୍ଥିର ହୋଇଛି। ଆଜି ପୂର୍ବାହ୍ନ ୧୦ଟାରେ ଜାତୀୟ ରାଜଧାନୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରତିରକ୍ଷା ବୈଠକ ଶେଷ ହେବା ପରେ ଅମିତ ଶାହା ପାର୍ଲାମେଣ୍ଟ୍‌ରେ ପହଞ୍ଚିଛନ୍ତି। ସକାଳ ୯ଟାରୁ ଆରମ୍ଭ ହୋଇ ସକାଳ ୧୦ଟାରେ ଶେଷ ହୋଇଥିବା ଏହି ବୈଠକରେ ଜମ୍ମୁ ଓ କଶ୍ମୀର ବିଷୟରେ ଆଲୋଚନା କରାଯାଇଥିବା କୁହାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଂଶ ଗ୍ରହଣ କରିଥିଲେ।  ଆଜି ପୂର୍ବାହ୍ନ ୧୦ଟାରେ ରାଜ୍ୟସଭାର ବିରୋଧୀ ନେତାମାନେ ପାର୍ଲାମେଣ୍ଟ୍‌ରେ ଥିବା ଗୁଲାମନବୀ ଆଜାଦ୍‌ଙ୍କ ଚାମ୍ବର୍‌ରେ ଏକ ବୈଠକରେ ମିଳିତ ହୋଇଛନ୍ତି। ଏଥିରେ କଶ୍ମୀର ପ୍ରସଙ୍ଗ ଆଲୋଚନା କରାଯିବ। କଶ୍ମୀର ପରିସ୍ଥିତି ଉପରେ ପିଡିପି ରାଜ୍ୟସଭା ସାଂସଦ ନାଜିର୍‌ ଅହମ୍‌ଦ୍‌ ଲାେଓ୍ଵ ଏବଂ ମିର ମହମ୍ମଦ ଫୟାଜ୍‌ ପାର୍ଲାମେଣ୍ଟ୍‌ ପରିସରରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

By amfnews

Related Post