Sun. Mar 8th, 2026

କଳ୍ପନା ଓ ବବ୍‌ଲି ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କଲେ ଅନୁପଙ୍କ ପରିବାର

175 Views

ଝାରସୁଗୁଡା : ବହୁ ଚର୍ଚ୍ଚିତ କଳ୍ପନା ଓ ବବ୍‌ଲି ଡବଲ୍‌ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ପରିବାର ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି | ଶନିବାର ଦିନସାରା ଓ ରାତିରେ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନୁପ ସାଏଙ୍କ ପୁରା ପରିବାର ଧାରଣା ଦେଇଥିଲେ । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାରା ରାତି ଅନୁପଙ୍କ ବଡ ଭାଇ, ମାଆ, ସ୍ତ୍ରୀ, ପୁଅ ଓ ପୁତୁରା ଧାରଣାରେ ବସିଥିଲେ । ଅନୁପଙ୍କ ପରିବାର ସଦସ୍ୟ ସେମାନଙ୍କୁ ଅନୁପଙ୍କ ସହ ଭେଟିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଏପରିକି ଛତିଶଗଡ ପୋଲିସ ତାଙ୍କ ପରିବାରକୁ ଉଠାଇ ନେବାକୁ ଧମକ ଦେଉଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

ଜାଣିଶୁଣି ଅନୁପଙ୍କୁ ରାଜନୈତିକ ଆକ୍ରୋଶର ଶିକାର କରାଯାଉଥିବା ଅଭିଯୋଗ କରିଛନ୍ତି । ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଅନୁପଙ୍କ ବଡ଼ ଭାଇ ପ୍ରମୋଦ ସାଏ କହିଥିଲେ ଯେ, ଯଦି ସୁରକ୍ଷା ନମିଳେ, ଆମେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବୁ। ରାୟଗଡ଼ ପୁଲିସ ଯୋଗୁଁ ମାନ ସମ୍ମାନ ଯାଇଛି। ପୁଲିସ ଆମ ଉପରେ ଜୁଲୁମ୍‌ କରିବା ସହ ମାନସିକ ନିର୍ଯାତନା ଦେଉଛି। ପୁଲିସ ଘଟଣାର ତଦନ୍ତ କରୁ, ସେଥିରେ ଆମ କହିବାର କିଛି ନାହିଁ। ଆମେ ପୁଲିସର ତଦନ୍ତରେ ହସ୍ତକ୍ଷେପ କରିବୁ ନାହିଁ।

ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ୍‌ ପଠାଇ ହଇରାଣ କରୁଛି। ଏଥିପାଇଁ ଷଡ଼ଯନ୍ତ୍ର ଚାଲିଥିବା ସେ କହିଛନ୍ତି। ଶ୍ରୀ ସାଏ କହିଛନ୍ତି ଯେ ୨୦୧୬ର ମାମଲା ଏଯାଏଁ କେଉଁଠି ଥିଲା। ଆମକୁ ନ୍ୟାୟ ନମିଳିବା ଯାଏଁ ଆମେ ଏଠାରେ ବସି ରହିବୁ ବୋଲି ଅନୁପଙ୍କ ବଡ ଭାଇ କହିଥିଲେ |

By amfnews

Related Post