Sat. Mar 7th, 2026

କଳିଙ୍ଗ ହର୍ବାଲ ମେଳା-୨୦୧୯ ଉଦ୍ଘାଟିତ

354 Views

ରାଉରକେଲା, ୧୧ା୧  : ରାଉରକେଲା ବନ ବିଭାଗ ପକ୍ଷରୁ କଳିଙ୍ଗ ହର୍ବାଲ ମେଳା – ୨୦୧୯ ସ୍ଥାନୀୟ ଭଞ୍ଜଭବନ ପ୍ରଦର୍ଶନୀ ପଡିଆ ଠାରେ ରାଜ୍ୟ ମେଡିସିନାଲ ପ୍ଲାଣ୍ଟସ୍ ଓ ରାଉରକେଲା ବନଖଣ୍ଡ ପକ୍ଷରୁ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏହାକୁ ଊଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ରାଉରକେଲା ବନଖଣ୍ଡ ଅଧିକାରୀ ସଂଜୟ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ମୁଖ୍ୟ ଅତିଥି କବିତା ଜଲାନ କହିଲେ ଯେ, ଏହି ମେଳା ଭାରତର ପ୍ରାଚୀନ ଆୟୁର୍ବେଦ ଚିକିତ୍ସାର ପ୍ରଚାର ଓ ପ୍ରସାର ପାଇଁ ସହାୟକ ହୋଇପାରିବ । ମେଳାରୁ ଲୋକେ ସୁପଳ ପାଇପାରିବେ । ଆଞ୍ଚଳିକ ବନ ସଂରକ୍ଷକ ଲିଙ୍ଗରାଜ ଓତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ପାରମ୍ପରିକ ଚିକିତ୍ସା ସମ୍ପର୍କରେ ଅଧିକ ପ୍ରଚାର ପ୍ରସାରରେ ସହାୟକ ହେବା ସହ ଲୋକେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ମାର୍ଟସିଟି ସିଇଓ ତଥା ଆର୍ଏମ୍ସି କମିଶନର ରଶ୍ମିତା ପଣ୍ଡା ଯୋଗ ଦେଇ ଏଭଳି ମେଳା ମାଧ୍ୟମରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଆୟୁର୍ବେଦ ଔଷଧ ଲୋକଙ୍କ ପାଇଁ ଉପଲବ୍ଧ ହେଉଥିବାରୁ ଏହା ଅତ୍ୟନ୍ତ ଉପାଦେୟ ହୋଇପାରିବ ବୋଲି କହିଥିଲେ ।

ଜିଲା ଆରକ୍ଷୀ ଅଧୀକ୍ଷକ ଡ. ଉମାଶଙ୍କର ଦାଶ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି କହିଥିଲେ । ବଣେଇ ବନଖଣ୍ଡ ଅଧିକାରୀ ସୁଧାଂଶୁ ସେଖର ଖୋରା ଅତିଥି ଭାବେ ଯୋଗ ଦେଇ ମେଳାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଅବୈତନିକ ୱାଇଲ୍ଡ ଲାଇଫ୍ ୱାଡେନ ତଥା ରାଉରକେଲା ସ୍ମାର୍ଟସିଟି ସ୍ୱାଧୀନ ନିର୍ଦ୍ଦେଶକ ଭଗବାନ ପତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଉରକେଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ବୈଦ୍ୟ ଓ ବିଭିନ୍ନ ଅନୁଷ୍ଠାନର ସାମଗ୍ରୀ ମିଲୁଥିବାରୁ ଲୋକେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି କହିଥିଲେ ।

ଏସିଏଫ୍ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଦେିଥିବା ବେଳେ ମୀନାକ୍ଷୀ ଧର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିଥି ବୃନ୍ଦ ବିଭିନ୍ନ ଷ୍ଟଲ୍, ନକ୍ଷତ୍ର ବନ ଓ ହର୍ବାଲ ଗାର୍ଡେନ ବୁଲି ଦେଖିଥିଲେ । ବନ୍ଦ ପାଳନ ପାଇଁ ଅଧିକାଂଶ ଷ୍ଟଲ୍ ପହଞ୍ôଚପାରି ନଥିବା ବେଳେ ୩୧ଟି ଷ୍ଟଲ୍ ଲାଗିଥିବା ଦେଖାଯାଇଥିଲା ।

By amfnews

Related Post