Mon. Dec 23rd, 2024

କଳାହାଣ୍ଡିରେ ପୁଣି ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

By amfnews Oct 16, 2020 #Featured
140 Views

କଳାହାଣ୍ଡି, ଅକ୍ଟୋବର ୧୬ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ପୁଣି ଦେଖାଦେଇଛି ଜଙ୍ଗଲି ହାତୀପଲ୍ଲ । ଆଜିକି ସାତ ଦିନ ହେଲା ସିକେରକୁପା ଫରେଷ୍ଟ ଅଞ୍ଚଳରେ ହାତୀପଲ୍ଲ ଉପଦ୍ରବ ଜାରି ରହିଥିବା ବେଳେ ବର୍ତ୍ତମାନ ଧିଙ୍ଗିଆ ମୁଣ୍ଡା ଜଙ୍ଗଲରେ ଦୁଇ ଦିନ ହେଲା ଦେଖିବାକୁ ମିଳୁଛି । କିଡିଙ୍ଗ,କାଉଗୁଡା,କାଚିଲି,ଦୂରଭଟା,ପୋଡାପଦର ଓ ମାଡିବନ୍ଧା ଗ୍ରାମର ଚାରୋଟି ଘର ଭାଙ୍ଗିବା ଶହ ବହୁ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିବା ପରେ ଧରମକାଣି ଜଙ୍ଗଲ ଠାରୁ ଧୁଙ୍ଗିଆମୁଣ୍ଡା ଜଙ୍ଗଲକୁ ଚାଲିଯାଇଥିଲେ । ପୁଣି ମଙ୍ଗଳବାର ଓ ବୁଧବାର ରାତିରେ ଧୁଙ୍ଗିଆମୁଣ୍ଡା ଜଙ୍ଗଲରୁ ୧୮ ରୁ ଉର୍ଦ୍ଧ୍ୱ ହାତୀପଲ୍ଲ ମାଡିବନ୍ଧା ଗାଁର ଚାଷ ଜମି ନଷ୍ଟ କରିଛନ୍ତି । ହାତୀପଲ୍ଲ ବର୍ତ୍ତମାନ ସିକେରକୁପା ସେକ୍ସନର କିଡିଙ୍ଗ ବିଟର ଧିଙ୍ଗିଆମୁଣ୍ଡା ଜଙ୍ଗଲର ସାନ୍ଦୁଲ ନଦୀ ନିକଟରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ବିଶ୍ୱନାଥପୁର ରେଞ୍ଜରଙ୍କୁ ପଚାରିବାରୁ ବର୍ତ୍ତମାନ ଆମ ବନ ବିଭାଗ ହାତୀପଲ୍ଲ ଉପରେ ନଜର ରଖି କିଛି ଦିନ ହେଲା ରାତିଦିନ ହାତୀପଲ୍ଲକୁ ଘଉଡ଼ାଉଛନ୍ତି । ମଙ୍ଗଳବାର ଓ ବୁଧବାର ମାଡିବନ୍ଧା ଗାଁର ଚାଷୀଙ୍କ ଫସଲ ନଷ୍ଟ କରିଛନ୍ତି । କ୍ଷୟକ୍ଷତି ଆକଳନ କରାଯାଇଛି । ବନବିଭାଗ ତରଫରୁ ଯାହା ସହଯୋଗ ହେବ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ବିଶ୍ୱନାଥପୁର ରେଞ୍ଜର ପ୍ରକାଶ କରିଛନ୍ତି ।

By amfnews

Related Post