Sat. Nov 2nd, 2024

କଳାଧନ ବିରୋଧରେ ସବୁ ଦେଶ ଏକାଠି ହୁଅନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Dec 1, 2018 #Featured
131 Views

ନୂଆଦିଲ୍ଲୀ, ଡିସେମ୍ବର ୦୧ : ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନୋ ଆୟର୍ସ ଠାରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କଳାଧନ ବିରୋଧରେ ସବୁ ଦେଶ ଏକାଠି ହୁଅନ୍ତୁ । ମୋଦୀ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଗ୍ଲୋବାଲ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ମୋଦୀ କହିଛନ୍ତି, କଳାଧନ ବିରୋଧରେ ସବୁ ଦେଶ ଏକାଠି ହୋଇ ସ୍ୱର ଉତ୍ତୋଳନ କରିବା ଦରକାର ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତଙ୍କବାଦୀ ଓ କଟରପନ୍ଥୀ ବିଶ୍ୱ ପାଇଁ ବିପଦ କିନ୍ତୁ ଆର୍ଥିକ ଅପରାଧ ସହିତ ଜଡିତ ଲୋକ ତା’ଠାରୁ ଅଧିକ ବିପଦ । ଆମକୁ କଳାଧନ ବିରୋଧରେ ଏକାଠି ହୋଇ କାମ କରିବାକୁ ହେବ । ମୋଦୀ ବିଶ୍ୱର ସମସ୍ତ ବିକାସଶୀଳ ଦେଶକୁ ଏକାଠି ହେବା ପାଇଁ କହିଛନ୍ତି । ସେ ଦେଶର ଉନ୍ନତି ପାଇଁ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଜି-୨୦ ସମ୍ମିଳନୀରେ ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଏବଂ ଆମେରିକା ସହିତ ମିଶି କାମ କରିବାକୁ ଏକାଠି ହୋଇ କାମ କରିବାକୁ କହିଛନ୍ତି ।

By amfnews

Related Post