Sat. Mar 7th, 2026

କଲେଜିୟମ ନିଷ୍ପତ୍ତିକୁ ବିରୋଧ; ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

163 Views

କଟକ : ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର୍‌ ଆସୋସିଏସନ ତୀବ୍ର ବିରୋଧ  କରିଛି।  ପ୍ରତିବାଦରେ  ଆଇନଜୀବୀମାନେ ଗତକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆସନ୍ତାକାଲି  ପର୍ଯ୍ୟନ୍ତ  ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଉଭୟ ହାଇକୋର୍ଟ କଲେଜିୟମ ଓ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ବାର୍‌ ଦୃଢ ନିନ୍ଦା କରିବା ସହ ଏହାକୁ ଉଚ୍ଛେଦ ପାଇଁ ଦାବି କରିଛି। କଲେଜିୟମ ବ୍ୟବସ୍ଥା ଦ୍ୱାରା ବିଚାରପତି ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହୋଇପାରୁ ନ ଥିବା ଦର୍ଶାଇଛି ବାର୍‌। ଏହା ବଦଳରେ ଜାତୀୟ ନ୍ୟାୟିକ ‌ଆୟୁକ୍ତ ବା (NJC) ଲାଗୁ ପାଇଁ ବାର୍‌ ପକ୍ଷରୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ବାର୍‌ ନିଷ୍ପତ୍ତି ଗ୍ରହଣ କରିଛି।

By amfnews

Related Post