Sat. Mar 7th, 2026

କର୍ମଚାରୀଙ୍କ ଶୌଚାଳୟ ବ୍ୟବହାର କରିବାରୁ କ୍ୟାନ୍‌ସର୍‌ ରୋଗୀ ଓ ତାଙ୍କ ପୁଅକୁ ମାଡ଼; କର୍ମଚାରୀ ନିଲମ୍ବିତ

371 Views

ଲକ୍ଷ୍ନୌ: କର୍ମଚାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଶୌଚାଳୟ ବ୍ୟବହାର କରିବାକୁ ଉଦ୍ୟମ କରିଥିବା ଜଣେ ମହିଳା କର୍କଟ ରୋଗୀ ଏବଂ ତାଙ୍କ ପୁଅକୁ କିଙ୍ଗ୍‌ ଜର୍ଜ ମେଡିକାଲ୍‌ ୟୁନିଭର୍ସିଟିର (କେଜେଏମ୍‌ୟୁ) ଓପିଡି ରେଜିଷ୍ଟ୍ରେସନ୍‌ କାଉଣ୍ଟର୍‌ରେ ଚୁକ୍ତିଭିତ୍ତିରେ ଥିବା କର୍ମଚାରୀମାନେ ଦୁର୍ବ୍ୟବହାର କରିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ କରିଥିବା ଉକ୍ତ ଘଟନାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ କେଜେଏମ୍‌ୟୁର କର୍ତ୍ତୃପକ୍ଷମାନେ କାର୍ଯ୍ୟାନୁଷ୍ଠାନ ପୂର୍ବକ ସମ୍ପୃକ୍ତ କର୍ମଚାରୀମାନଙ୍କୁ ବହିଷ୍କାର କରିଛନ୍ତି।

ଲୟାଲ୍‌ ଟଚ୍‌ ମ୍ୟାନେଜ୍‌ମେଣ୍ଟ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓପିଡି ଇନ୍‌-ଚାର୍ଜ ପ୍ରଫେସର୍‌ ମନୀଷ ବାଜପାୟୀ ଘଟନାରେ ସମ୍ପୃକ୍ତ ତିନି ଜଣ ଷ୍ଟାଫ୍‌ ମେମ୍ବରଙ୍କୁ ଭିଡିଓରେ ଚିହ୍ନଟ କରିବା ପରେ ଉକ୍ତ ଫାର୍ମକୁ ନିର୍ଦେଶ ଦେଇ ସେମାନଙ୍କୁ କେଜିଏମ୍‌ୟୁରୁ ପ୍ରତ୍ୟାହାର କରି ନେବାକୁ ନିର୍ଦେଶ ଦେଇଥିଲେ।

ଚିଫ୍‌ ପ୍ରୋକ୍ଟର୍‌ ପ୍ରଫେସର୍‌ ଆର୍‌ଏଏସ୍‌ କୁଶଓ୍ଵାହ୍‌ କହନ୍ତି: କର୍କଟ ରୋଗଗ୍ରସ୍ତ ମହିଳାଜଣକ ଶୌଚାଳୟ ବ୍ୟବହାର କରିବାକୁ ଚାହିଁବାରୁ କର୍ମଚାରୀମାନେ ବାଧା ଦେଇ କହିଲେ କି, ସେଇଟା କେବଳ କର୍ମଚାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ। ସେହି କଥାରୁ ଆରମ୍ଭ ହୋଇଥିଲା ବିବାଦ। ବେଶୀ ବାଟ ଚାଲିବାକୁ ଅସମର୍ଥ ମହିଳାଜଣକ ପାଖରେ ଥିବା ଉକ୍ତ ଟଏଲେଟ୍‌କୁ ଯିବାକୁ ଚାହୁଥିଲେ।

By amfnews

Related Post