63 Views
ବେଙ୍ଗଲୁରୁ : କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ସଂକଟ ଭିତରେ ଏବେ କଂଗ୍ରେସ ପକ୍ଷରୁ ବିଧାୟକ ଦଳର ବୈଠକ ବେଙ୍ଗଲୁରୁ ର ବିଧାନସୌଧରେ ଚାଲିଛି। ଏଥିରେ ଜଣେ ବିଧାୟକ ଅସୁସ୍ଥତା ହେତୁ ଯୋଗ ଦେଇ ନଥିବା ଜଣାଯାଇଛି। । ମେଂଟ ସରକାରକୁ ବଂଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ନେତାଙ୍କ ଜୋରଦାର ପ୍ରୟାସ ଜାରି ରହିବା ଭିତରେ ୨ ଜଣ ସ୍ୱାଧୀନ ବିଧାୟକ ଏଚ ନାଗେଶ୍ ଓ ଆର ଶଙ୍କର ବିଦ୍ରୋହୀ ବିଧାୟକଙ୍କ ସହିତ ସାମିଲ ହୋଇଛନ୍ତି ।
କୁମାରସ୍ୱାମୀ ସରକାରରୁ ଏହି ୨ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ବିଦ୍ରୋହୀଙ୍କ ମେଳରେ ଯୋଗ ଦେଇଛନ୍ତି । ଫଳରେ କର୍ଣ୍ଣାଟକରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ମେଂଟ ସରକାର ଏବେ ଅଡୁଆରେ । ସରକାର ଗଠନ ପାଇଁ ମ୍ୟାଜିକ୍ ନଂବର ୧୦୩କୁ ଖସି ଆସିଛି । ତେବେ ବିଜେପିକୁ ବର୍ତମାନ ୧୦୭ ବିଧାୟକଙ୍କ ସମର୍ଥନ ଥିବାରୁ , ସମସ୍ତଙ୍କ ନଜର ରହିଛି ବିଜେପିର ରାଜନୈତିକ ଗୋଟି ଚାଳନା ଉପରେ ।