Sun. Mar 8th, 2026

କର୍ଣ୍ଣାଟକ ରାଜନୈତିକ ସଂକଟ: ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

198 Views

ବେଙ୍ଗାଲୁର  : କର୍ଣ୍ଣାଟକର ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାରରୁ ୧୫ ଜଣ ବିଧାୟକ ଇସ୍ତଫା ଦେବା ମାମଲାର ଶୁଣାଣି ସର୍ବୋଚ୍ଚ ଆଦଲତ ଆଜି କରିବେ। ପୂର୍ବରୁ ଅଦାଲତ ୧୦ ଜଣ ବିଧାୟକଙ୍କୁ ନେଇ ବିଚାର କରିଥିବା ବେଳେ ନୂଆ କରି ଇସ୍ତଫା ଦେଇଥିବା ଅନ୍ୟ ୫ ଜଣଙ୍କୁ ନେଇ ଶୁଣାଣି ମଙ୍ଗଳବାର ହେବ ବୋଲି ସୂଚନା ରହିଥିଲା। ଏହି ପାଞ୍ଚ ବିଧାୟକ ହେଉଛନ୍ତି ଅନନ୍ଦ ସିଂହ, କେ ସୁଧାକର, ଏନ୍‌ ନାଗରାଜ, ମୁନିରତ୍ନ ଏବଂ ରଶନ ବାଗ୍‌।

ଏହି ଶୁଣାଣି କର୍ଣ୍ଣାଟକରେ ହେବାକୁ ଥିବା ଆସ୍ଥା ଭୋଟ୍‌ର ମାତ୍ର ଦୁଇ ଦିନ ପୂର୍ବରୁ ହେଉଛି। କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାରଙ୍କ ପାଇଁ ଗୁରୁବାର ଆସ୍ଥା ଭୋଟ୍‌ କରାଯିବ। ପୂର୍ବାହ୍ନ ୧୧ଟାରୁ ଉପସ୍ଥିତ ସଦସ୍ୟମାନେ ଭାଷଣ ଦେବା ପରେ ଶେଷରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ୍‌ ସରକାରଙ୍କୁ ବିଧାୟକମାନେ ଭୋଟ୍‌ ଦେବେ। ଉଲ୍ଲେଖଯୋଗ୍ୟ, ମେଣ୍ଟ ସରକାରରୁ ୧୫ ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ କର୍ଣ୍ଣାଟକ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଛି।

By amfnews

Related Post