Sat. Nov 23rd, 2024

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ୬ କର୍ମଚାରୀଙ୍କୁ କରୋନା

By amfnews Aug 4, 2020 #Featured
120 Views

ବେଙ୍ଗାଲୁରୁ, ଅଗଷ୍ଟ ୦୪ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଓ ତାଙ୍କର ଝିଅ କରୋନା ସଂକ୍ରମିତ ହେବା ପରେ ଏବେ ତାଙ୍କର ୬ ଜଣ କର୍ମଚାରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ କାର୍ଯ୍ୟାଳୟର ଅନ୍ୟମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା । ଏବେ ରିପୋର୍ଟ ଆସିବା ପରେ ୬ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ୟେଦ୍ୟୁରପ୍ପା ରବିବାର ସନ୍ଧ୍ୟାରେ ୟେଦ୍ୟୁରପ୍ପା କରୋନା ପଜିଟିଭ ଜଣାପଡ଼ିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ସୁସ୍ଥ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟୁଇଟରରେ ୟେଦ୍ୟୁରପ୍ପା (୭୭) ଲେଖିଥିଲେ, ମୁଁ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛି । ମୁଁ ସୁସ୍ଥ ଅଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଚିକିତ୍ସାଧୀନ ଅଛି । ମୁଁ ଅନୁରୋଧ କରୁଛି ଯେ, ଯେଉଁମାନେ ମୋ ସହିତ ସଂପର୍କରେ ଅଛନ୍ତି, ସେମାନେ କ୍ୱାରେଣ୍ଟାଇନରେ ରୁହନ୍ତୁ ।

ବିଗତ କିଛି ସପ୍ତାହ ହେବ କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବେଙ୍ଗାଲୁରୁ ସହରାଂଚଳରେ ମଧ୍ୟ କରୋନାର ଉଗ୍ର ରୂପ ଦେଖିବାକୁ ମିଳିଛି । ରାଜ୍ୟର ୫୦ ପ୍ରତିଶତ ଆକ୍ରାନ୍ତ କେବଳ ବେଙ୍ଗାଲୁରୁରୁ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁରୁ ୫୯ ହଜାର ୫୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ହଜାର ୭୭ରେ ପହଂଚିଛି ।

By amfnews

Related Post