Wed. Dec 25th, 2024

କରୋନାଭାଇରସ୍‌ ସଂକ୍ରମଣ: ତୁରନ୍ତ ସ୍ଥାନାନ୍ତର ପାଇଁ ଜରୁରୀ ବାର୍ତ୍ତା ପଠାଇଲେ ଇଟାଲିରେ ଥିବା ୮୫ଜଣ ଭାରତୀୟ ଛାତ୍ର

By amfnews Mar 2, 2020 #Featured
84 Views

ଜୟପୁର : ତୁରନ୍ତ ସ୍ଥାନାନ୍ତର ପାଇଁ ନିବେଦନ କରି ଇଟାଲିରେ ଏକ ସପ୍ତାହ ହେବ ଅଟକି ରହିଥିବା ପ୍ରାୟ ୮୫ଜଣ ଭାରତୀୟ ଛାତ୍ର ସରକାରଙ୍କୁ ଜରୁରୀ ବାର୍ତ୍ତା ପଠାଇଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ଘଟି ଉତ୍ତର ଇଟାଲିର ଲୋମ୍ବାର୍ଡି ଅଞ୍ଚଳର ବିଶ୍ୱବିଦ୍ୟାଳୟ ନଗରୀ ପାଭିଆ ଠାରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ପାଭିଆରେ ଅଟକିଥିବା ଏହି ଛାତ୍ରମାନଙ୍କ ମଧ୍ୟରୁ କେତେକ ଭାରତ ଫେରିବା ଲାଗି ବିମାନ ଟିକେଟ୍‌ କରିଥିଲେ। କିନ୍ତୁ, ଇଟାଲିରେ କରୋନାଭାଇରସ୍‌ ସଂକ୍ରମଣ ପରେ ସେଗୁଡ଼ିକୁ ବାତିଲ କରାଯାଇଛି।

ୟୁନିଭର୍ସିଟି ଅଫ୍‌ ପାଭିଆ ଇଞ୍ଜିନିୟରିଙ୍ଗ୍‌ ବିଭାର ଜଣେ ଅଣଶିକ୍ଷକ କର୍ମଚାରୀ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଛାତ୍ରମାନେ ଆତଙ୍କିତ ହୋଇଯାଇଛନ୍ତି। ବିଶ୍ୱବିଦ୍ୟାଳୟର ଅନ୍ୟ ୧୫ଜଣ କର୍ମଚାରୀଙ୍କୁ ମଧ୍ୟ ପୃଥକ୍‌ ରଖାଯାଇଛି।

ପାଭିଆରେ ଅଟକି ରହିଥିବା ୮୫ଜଣଙ୍କ ମଧ୍ୟରେ ଅଛନ୍ତି ତେଲେଙ୍ଗାନାର ୨୫ଜଣ, କର୍ଣ୍ଣାଟକର ୨୦ଜଣ, ତାମିଲନାଡୁର ୧୫ଜଣ, କେରଳର ୪ଜଣ, ଦିଲ୍ଲୀର ୨ଜଣ, ରାଜସ୍ଥାନ, ଗୁରୁଗ୍ରାମ ଓ ଡେରାଡୁନ୍‌ର ଜଣେ ଲେଖାଏଁ ଭାରତୀୟ ଛାତ୍ର। ସେମାନଙ୍କ ମଧ୍ୟରୁ ପ୍ରାୟ ୬୫ଜଣ ଇଞ୍ଜିନିୟରିଙ୍ଗ୍‌ ପଢୁଛନ୍ତି।

By amfnews

Related Post