Sun. Mar 8th, 2026

କରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରି ବନ୍ଧା ହେଲେ ଯୁବକ

158 Views

ରାଉରକେଲା  :   ଫେସବୁକ୍‌ରେ କରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରିବାରୁ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଙ୍କ  ନାଁ ମହମ୍ମଦ ନସିମ ଅଖତାର।  ତାଙ୍କ ଘର କୁରେସି ମହଲାରେ।

ମହମ୍ମଦ ନସିମ ଫେସବୁକ୍‌ରେ ପୋଷ୍ଟ କରିଥିବା  ଏକ ମିଛ ଖବର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା।  ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌  ଏକ ମାମଲା ରୁଜୁ କରି  ନସିମଙ୍କୁ ଆଜି ଗିରଫ କରିଛି।  ଏଥିସହ  ନସିମଙ୍କ ମୋବାଇଲକୁ ପୁଲିସ୍‌ ଜବତ କରିଛି।

By amfnews

Related Post