Sat. Mar 7th, 2026

କରୋନା ସଚେତନତା ବାର୍ତ୍ତା,ଆଉ ଶୁଭିବ ନାହିଁ ବିଗ୍ ବିଙ୍କ ସ୍ୱର

381 Views

ନୂଆଦିଲ୍ଲୀ, ଜାନୁଆରୀ ୧୭ : ଏଣିକି ମୋବାଇଲରେ କଲ କରିବା ସମୟରେ ଆମେ ମାନେ ଆଉ ବିଗ ବୀଙ୍କ ସ୍ୱର ଶୁଣିବାକୁ ପାଇବା ନାହିଁ। କାରଣ ବଚ୍ଚନଙ୍କ ସହ ଏଣିକି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୁକ୍ତି କରିବ ନାହିଁ ବୋଲି ସୂଚନା ରହିଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଅମିତାଭଙ୍କ ବଦଳରେ ଶୁଣିବାକୁ ମିଳିବ ଜଣେ ମହିଳାଙ୍କ ସ୍ୱର। କୋଭିଡ ଟିକା ସମ୍ପର୍କରେ ମୋବାଇଲ ଫୋନରେ ଦିଆଯିବ ବାର୍ତ୍ତା। ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।ତେବେ କିଏ ଏହି ସୁଚନା ଦେବେ ସେନେଇ କୌଣସି ସ୍ପଷ୍ଟ କଥା କୁହାଯାଇ ନାହିଁ ।

ଗତ ବର୍ଷ ଜୁଲାଇ ମାସରେ କରୋନା ମହାମାରୀରେ ସଂକ୍ରମିତ ହୋଇଥିଲେ ଅମିତାଭ ବଚ୍ଚନ। ତେବେ କରୋନା ସଚେନତା ପାଇଁ ଅମିତାଭ ଯେଉଁ ଭଏସ ଦେଉଥିଲେ ତାହାକୁ ନେଇ ଆପତ୍ତି  ହୋଇଥିଲା 

By amfnews

Related Post