Thu. Dec 26th, 2024

କରୋନା ରୋଗୀଙ୍କ ନୂଆ ଔଷଧର ଆବଶ୍ୟକତା ଓ ବ୍ୟବହାର ନେଇ ଲାଗୁ ହେଲା ଏସଓପି

By amfnews May 7, 2021 #Featured
186 Views

ଭୁବନେଶ୍ବର, ମେ ୦୭ :

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତୋସିଲିଜୁମାବ ଏବଂ ଅନ୍ୟ ନୂଆ ଔଷଧର ଆବଶ୍ୟକତା ଓ ବ୍ୟବହାର ନେଇ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ସେଥିଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ବତନ୍ତ୍ର କମିଟି ଗଠନ କରିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି କମିଟି ତୋସିଲିଜୁମାବର ବ୍ୟବହାର ନେଇ ନିଷ୍ପତ୍ତି ନେବ ।

ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ତୋସିଲିଜୁମାବ ଇଞ୍ଜେକ୍ସନ ଦିଆଯାଇପାରିବ । ଗୁରୁତର ଥିବା ଓ ଅକ୍ସିଜେନ ଆବଶ୍ୟକତାକୁ କରୁଥିବା ରୋଗୀଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଇ ପାରିବ । ଇଞ୍ଜେକ୍ସନ୍ ଦେବା ପୂର୍ବରୁ ରୋଗୀଙ୍କୁ ଭଲ ଭାବେ ତଦାରଖ କରାଯିବା ଆବଶ୍ୟକ ବୋଲି ଡିସିଜିଆଇ ମଧ୍ୟ ଅନୁମତି ଦେଇଛନ୍ତି ।

ତେବେ ଉକ୍ତ ଡ୍ରଗ୍ସର ବ୍ୟବହାର ନେଇ ଡିସିଜିଆଇ  ସ୍ପଷ୍ଟ ଗାଇଡଲାଇନ ଜାରି କରିନି । ନୂଆ ଡ୍ରଗ୍ସ ପର୍ଯ୍ୟାପ୍ତ ପରିମାଣରେ ମିଳୁନି । ତୋସିଲିଜୁମାବର ବ୍ୟବହାର ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମସ୍ତ ଜିଲ୍ଲାପାଳ, CDM, PHOs, AIIMS ନିର୍ଦ୍ଦେଶକ, ଆଇଜିଏଚ୍, କ୍ୟାପିଟାଲ ହସ୍ପିଟାଲଙ୍କୁ ଚିଠି ଲେଖିଛନ୍ତି ।

By amfnews

Related Post