Sat. Mar 7th, 2026

କରୋନା ଯୋଗୁ ଫିକା ପଡ଼ିଛି ରାମ ଜନ୍ମୋତ୍ସବ

182 Views

ଭୁବନେଶ୍ୱର : ଆଜି ଚୈତ୍ର ଶୁକ୍ଳ ନବମୀ ତିଥି ବା ପବିତ୍ର ଶ୍ରୀରାମ ନବମୀ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ସବୁ ବର୍ଷ ରାମ ନବମୀ ବେଶ୍‌ ଧୁମ୍‌ଧାମରେ ସାରା ଦେଶରେ ପାଳନ ହୋଇଥାଏ। ଏଥର କିନ୍ତୁ ରାମ ନବମୀ ପୂରା ଫିକା ପଡ଼ିଛି। କରୋନା ବ୍ୟାପିବା ପରେ ସାରା ଦେଶରେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଛି।

ବିଭିନ୍ନ ରାମ ମନ୍ଦିରରେ କେବଳ ଶ୍ରୀରାମଙ୍କ ଜନ୍ମତ୍ସୋବ ସହ ଜଡ଼ିତ କାର୍ଯ୍ୟକ୍ରମ କରାଯାଉଛି। ସେବାୟତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ହିଁ କାର୍ଯ୍ୟକ୍ରମ ହେଉଛି।  ଅଯୋଧ୍ୟାରେ ବି ଫିକା ପଡ଼ିଛି ରାମ ଜନ୍ମୋତ୍ସବ। କେବଳ କିଛି  ଲୋକଙ୍କୁ ନେଇ ଅତି ଆବଶ୍ୟକ ପଡ଼ୁଥିବା ଯଜ୍ଞ  କରାଯାଉଛି।

ସେହିପରି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ବି ନିରାଡମ୍ୱର ଭାବେ ରାମ ନବମୀ ପାଳନ କରାଯାଉଛି। ପୂର୍ବ ବର୍ଷ ଭଳି ମନ୍ଦିରରେ ଗହଳି ନାହିଁ। ମନ୍ଦିରର ସବୁ ଗେଟ୍‌ରେ ତାଲା ପକାଯାଇଛି ଏବଂ ପୂରା ମନ୍ଦିରକୁ ପୁଲିସ୍ ଘେରି ରହିଛନ୍ତି। କିଛି ଶ୍ରଦ୍ଧାଳୁ ମନ୍ଦିର ବାହାରୁ ଦର୍ଶନ କରି ଯାଉଥିବା ଦେଖିବାକୁ ମିଳିଛି।

By amfnews

Related Post