170 Views
ଭୁବନେଶ୍ବର, ମେ ୦୯ :
ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ ଲାଗିନି । ଆଜି ରାଜ୍ୟରେ ପୁଣି ୧୯ ଜଣ କୋଭିଡ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦ରେ ପହଞ୍ଚିଛି ।
ମୃତକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୁଣ୍ଡ ଗଡିଛି । ଅନୁଗୁଳ ଜିଲ୍ଲାରୁ ଜଣେ ୪୭ ବର୍ଷୀୟ ଯୁବକ କରୋନରେ ପ୍ରାଣ ହରାଇଛନ୍ତି । ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ସେହିପରି ବଲାଙ୍ଗୀରରୁ ଜଣେ, ଭୁବନେଶ୍ୱର ଜଣେ , ଭଦ୍ରକୁରୁ ଜଣେ, ଢ଼େଙ୍କାନାଳରୁ ଜଣେ, ଗଜପତିରୁ ୨ ଜଣ, ଯାଜପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସମ୍ବୁଲପୁରରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ କରୋନାରେ ପ୍ରାଣ ହରାଇଛନ୍ତି ।