Sat. Mar 7th, 2026

କରୋନା ଭୟରେ କେରଳରୁ ଫେରୁଛନ୍ତି ଲୋକ, ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ

273 Views

ଫୁଲବାଣୀ : କେରଳରେ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ଭୟଭୀତ ହୋଇ ସେଠାରେ ଥିବା ଓଡ଼ିଆ ଲୋକ ରାଜ୍ୟକୁ ଫେରିବାରେ ଲାଗିଛନ୍ତି। ମୁଖ୍ୟତଃ କେରଳରୁ ଅଧିକା ସଂଖ୍ୟାରେ ଲୋକ କନ୍ଧମାଳ ଜିଲ୍ଲାକୁ ଫେରୁଥିବା ବେଳେ ସେମାନଙ୍କ ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ।

କନ୍ଧମାଳ ଜିଲ୍ଲାର ବହୁ ଲୋକ କେରଳରେ ଶ୍ରମିକ ଭାବେ କାମ କରୁଛନ୍ତି ।  ତେଣୁ ସେମାନେ ଓଡ଼ିଶା ଫେରିବା ପରେ  ସେମାନଙ୍କ ନିକଟରେ କରୋନା ଭୂତାଣୁ ସଂକ୍ରମଣଜନିତ କିଛି ଲକ୍ଷଣ କି ନାହିଁ ତାହାର ଯାଞ୍ଚ କରାଯାଉଛି । BPHO ଟିମ୍ ଉକ୍ତ ବ୍ୟକ୍ତିମାନଙ୍କ ନିକଟକୁ ଯାଇ ସ୍କ୍ରିନିଂ କରୁଛନ୍ତି ।  ଏପର୍ଯ୍ୟନ୍ତ ୧୧ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଅବଜରଭେସନରେ ରଖାଯାଇଥିବା କନ୍ଧମାଳ ଜିଲ୍ଲା DPHO କଲ୍ୟାଣୀ ମିଶ୍ର କହିଛନ୍ତି । ସେହି ୧୧ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଚକାପାଦ ବ୍ଲକର ୬ ଜଣ ଓ ଖଜୁରୀପଡ଼ା ବ୍ଲକର ୫ ଜଣ ଅଛନ୍ତି।

By amfnews

Related Post