Sun. Nov 24th, 2024

କରୋନା ଭାଇରସ: ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଲକ୍ଷେ ଅତିକ୍ରମ, ୩୦ ଲକ୍ଷ ୧୩ ହଜାର ଆକ୍ରାନ୍ତ

By amfnews Aug 9, 2020 #Featured
110 Views

ନୂଆଦିଲ୍ଲୀ, ଅଗଷ୍ଟ ୦୯  : ମହାମାରୀ କରୋନା ଭାଇରସ ଯୋଗୁଁ ବ୍ରାଜିଲରେ ୧ ଲକ୍ଷ ୫୪୩ ଜଣଙ୍କର ମୃତ୍ୟୁ ହୋଇସାରିଛି ।  ଭାଇରସ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରାଜିଲ ସର୍ବାଧିକ କ୍ଷତି ସହିଛି । ରବିବାର ସକାଳ ସାଢ଼େ ୬ଟା ମଧ୍ୟରେ ୩୦ ଲକ୍ଷ ୧୩ ହଜାର ୩୬୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଲକ୍ଷ ୯୪ ହଜାର ୨୯୩ ଜଣ ସୁସ୍ଥ ହୋଇଛନ୍ତି । ୮ ଲକ୍ଷ ୧୮ ହଜାର ୫୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ଏଥିରୁ ୮ ହଜାର ୩୧୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।

ବିଶ୍ୱରେ ୧ କୋଟି ୯୭ ଲକ୍ଷ ୯୪ ହଜାର ୨୦୬ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୭ ଲକ୍ଷ ୨୮ ହଜାର ୭୨୮  ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୨୭ ଲକ୍ଷ ୧୩ ହଜାର ୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୬୩ ଲକ୍ଷ ୫୧ ହଜାର ୫୫୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୫ ହଜାର ୧୪୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଏଠାରେ ୫୧ ଲକ୍ଷ ୪୯ ହଜାର ୬୬୩ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୬୫ ହଜାର ୭୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨୬ ଲକ୍ଷ ୩୮ ହଜାର ୪୬୨ ଜଣ ସୁସ୍ଥ ହୋଇଥିବା ବେଳେ ୨୩ ଲକ୍ଷ ୪୬ ହଜାର ୧୩୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୨୦ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୮ ଲକ୍ଷ ୮୨ ହଜାର ୩୪୭  ସଂକ୍ରମିତ, ୧୪ ହଜାର ୮୫୪ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୫୩ ହଜାର ୧୮୮ ସଂକ୍ରମିତ, ୧୦ ହଜାର ୨୧୦ ମୃତ

ପେରୁ: ୪ ଲକ୍ଷ ୭୧ ହଜାର ୧୨ ସଂକ୍ରମିତ, ୨୦ ହଜାର ୮୪୪ ମୃତ

ମେକ୍ସିକୋ: ୪ ଲକ୍ଷ ୬୯ ହଜାର ୪୦୭ ସଂକ୍ରମିତ, ୫୧ ହଜାର ୩୧୧ ମୃତ

କଲୋମ୍ବିଆ: ୩ ଲକ୍ଷ ୭୬ ହଜାର ୮୭୦ ସଂକ୍ରମିତ, ୧୨ ହଜାର ୫୪୦ ମୃତ 

ଚିଲି: ୩ ଲକ୍ଷ ୭୧ ହଜାର ୨୩ ସଂକ୍ରମିତ, ୧୦ ହଜାର ୧୧ ମୃତ

ସ୍ପେନ: ୩ ଲକ୍ଷ ୬୧ ହଜାର ୪୪୨ ସଂକ୍ରମିତ, ୨୮ ହଜାର ୫୦୩ ମୃତ

ପାକିସ୍ତାନ: ୨ ଲକ୍ଷ ୮୩ ହଜାର ୪୮୭  ସଂକ୍ରମିତ, ୬ ହଜାର ୬୮ ମୃତ

By amfnews

Related Post