Fri. Nov 1st, 2024

କରୋନା ଭାଇରସ: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୯.୬୧ ଲକ୍ଷକୁ ବୃଦ୍ଧି, ୩ କୋଟି ୯ ଲକ୍ଷ ଆକ୍ରାନ୍ତ

By amfnews Sep 20, 2020 #Featured
92 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ : କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱରେ କାୟା ମେଳାଇ ଚାଲିଛି ।  ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅଧିକ ବିସ୍ତାର କରିଛି । ଏଠାରେ ୬୯ ଲକ୍ଷ ୬୭ ହଜାର ୪୦୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩ ହଜାର ୮୨୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୨ ଲକ୍ଷ ୨୩ ହଜାର ୮୨୪ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୩୯ ହଜାର ୮୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୯୪୪ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ଶନିବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୩ କୋଟି ୯ ଲକ୍ଷ ୮୧ ହଜାର ୩୮୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୬୧ ହଜାର ୩୩୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟ ୨୫ ଲକ୍ଷ ୮୨ ହଜାର ୫ ଜଣ ସୁସ୍ଥ ହୋଇଥିବା ବେଳେ ୭୪ ଲକ୍ଷ ୩୮ ହଜାର ୪୮୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୧ ହଜାର ୩୯୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪୫ ଲକ୍ଷ ୨୮ ହଜାର ୩୪୭ ସଂକ୍ରମିତ, ୧ ଲକ୍ଷ ୩୬ ହଜାର ୫୬୫ ମୃତ

ଋଷିଆ: ୧୦ ଲକ୍ଷ ୯୭ ହଜାର ୨୫୧  ସଂକ୍ରମିତ, ୧୯ ହଜାର ୩୩୯ ମୃତ

ପେରୁ: ୭ ଲକ୍ଷ ୬୨ ହଜାର ୮୬୫ ସଂକ୍ରମିତ, ୩୧ ହଜାର ୩୬୯ ମୃତ

କଲୋମ୍ବିଆ: ୭ ଲକ୍ଷ ୫୮ ହଜାର ୩୯୮ ସଂକ୍ରମିତ, ୨୪ ହଜାର ୩୯ ମୃତ

ମେକ୍ସିକୋ: ୬ ଲକ୍ଷ ୯୪ ହଜାର ୧୨୧ ସଂକ୍ରମିତ, ୭୩ ହଜାର ୨୫୮ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୫୯ ହଜାର ୬୫୬ ସଂକ୍ରମିତ, ୧୫ ହଜାର ୯୪୦ ମୃତ

ସ୍ପେନ: ୬ ଲକ୍ଷ ୫୯ ହଜାର ୩୩୪ ସଂକ୍ରମିତ, ୩୦ ହଜାର ୪୯୫ ମୃତ

ଚିଲି: ୪ ଲକ୍ଷ ୪୪ ହଜାର ୬୭୪ ସଂକ୍ରମିତ, ୧୨ ହଜାର ୨୫୪ ମୃତ

ପାକିସ୍ତାନ: ୩ ଲକ୍ଷ ୫ ହଜାର ୩୧  ସଂକ୍ରମିତ, ୬ ହଜାର ୪୧୫ ମୃତ

By amfnews

Related Post