Thu. Jan 23rd, 2025

କରୋନା ଟିକାକୁ ମଂଜୁରୀ ମିଳିବା ପରେ ଆଜିଠୁ ଦେଶରେ ଆରମ୍ଭ ହେବ ଡ୍ରାଏ ରନ, ଚାଲିବ ଟିକାକରଣ ଅଭିଯାନ

By amfnews Jan 2, 2021 #Featured
193 Views

ନୂଆଦିଲ୍ଲୀ, ଜାନୁଆରୀ ୦୨ : କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ମଂଜୁରୀ ମିଳିବା ପରେ ଆଜି ଟିକାର ଡ୍ରାଏ ରନ ଶୁଭାରମ୍ଭ ହେବ । ଦେଶବ୍ୟାପୀ ହେବାକୁ ଥିବା ଏହି ଡ୍ରାଏ ରନ ଆଧାରରେ ହିଁ ବାସ୍ତବିକ ଟିକାକରଣ ଅଭିଯାନକୁ ଗୁରୁତ୍ୱ ଦିଆଯିବ । ଡ୍ରାଏ ରନ ସମୟରେ କୌଣସି ଟିକା ବ୍ୟବହାର ହେବ ନାହିଁ । ଏହା ଦ୍ୱାରା କେବଳ ଏହା ପରୀକ୍ଷା କରାଯିବ ଯେ, ସରକାର ଟିକାକରଣ ଲାଗି ଯେଉଁ ଯୋଜନା କରିଛନ୍ତି, ଏହା କେତେ ଫଳପ୍ରଦ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ସକାଳ ସାଢ଼େ ୯ଟାରେ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଡ୍ରାଏ ରନ ତଦାରଖ କରିବେ । 

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ ଡ୍ରାଏ ରନକୁ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ପୂରା ତାଲିମ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ଏହି ଟିମ ତୀକ୍ଷ୍ଣ ଭାବେ କାର୍ଯ୍ୟକ୍ରମ ଉପରେ ନଜର ରଖିବ । ଟିମ ଆଜି ସକାଳ ସାଢ଼େ ୯ଟାରେ ଜିଟିବି ହସ୍ପିଟାଲ ପହଂଚି ତଦାରଖ କରିବ । ପୂର୍ବରୁ ପଂଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରେ ଡ୍ରାଏ ରନ କରାଯାଇଥିଲା । ଏହି ୪ଟି ରାଜ୍ୟରେ ଭଲ ଫଳ ଆସିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ପୂରା ଦେଶରେ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।  

By amfnews

Related Post