Sat. Mar 7th, 2026

କରୋନା ଟିକା ନେବାର ୩ ଦିନ ପରେ ନୂଆପଡ଼ାର ଯୁବକ ମୃତ

290 Views

ନୂଆପଡ଼ା, ଜାନୁଆରୀ 27 : କରୋନା ଟିକା ନେବାର ତିନି ଦିନ ପରେ ରାଜ୍ୟର ଜଣେ ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତ ସ୍ଵାସ୍ଥ୍ୟକର୍ମୀଙ୍କ ଘର ନୂଆପଡା ଜିଲ୍ଲାର ବୋଲି ଜଣାପଡିଛି। ସେ ୨୩ ଜାନୁୟାରୀରେ କରୋନା ଟିକା ନେଇଥିଲେ। ତାଙ୍କର ଆଜି ସକାଳେ ସମ୍ବଲପୁରର ଭୀମସାର ହସ୍ପିଟାଲରେ ମୃତ୍ୟୁ ହୋଇଛି। କିନ୍ତୁ ଟିକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହିତ କରୋନା ଟିକା ନେଇଥିବା ଆଉ ଦୁଇଜଣ ସ୍ଵାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡିଥିବା ଖବର ମିଳୁଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲାର ଜଣେ ୨୪ ବର୍ଷିୟା ମହିଳା ଏବଂ ଝାରସୁଗୁଡା ଜିଲ୍ଲାର ଜଣେ ୨୩ ବର୍ଷୀୟ ପୁରୁଷ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।

By amfnews

Related Post