Fri. Mar 6th, 2026

କରୋନା ଚିକିତ୍ସା ଲାଗି ଆସନ୍ତା ସପ୍ତାହରେ ଶୁଭାରମ୍ଭ ହେବ ଔଷଧ

377 Views

ନୂଆଦିଲ୍ଲୀ, ମେ ୧୫ :

ଆସନ୍ତା ସପ୍ତାହ ପ୍ରାରମ୍ଭରୁ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ‘୨-ଡିଜି’ ଔଷଧର ଶୁଭାରମ୍ଭ ହେବ ବୋଲି ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ର (ଡିଆର୍‌ଡିଓ) ଅଧିକାରୀମାନେ ସୂଚନା ଦେଇଛନ୍ତି। ପ୍ରଥମଥରରେ ଏହି ଔଷଧର ୧୦,୦୦୦ ଡୋଜ୍‌ ଉତ୍ପାଦନ କରାଯାଉଛି।

କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ‘ଡିଆର୍‌ଡିଓ’ କ୍ୟାମ୍ପସ୍‌କୁ ଯାଇ ସେଠାରେ ବୈଜ୍ଞାନିକମାନେ ତାଙ୍କୁ ‘୨-ଡିଜି’ ଔଷଧର ଉପାଦେୟତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।

ଏହି ଔଷଧର ‘ମଲିକ୍ୟୁଲ୍‌’ ଚିକିତ୍ସାଧୀନ କରୋନା ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରଶୀଳତା ହ୍ରାସ କରାଉଥିବା କଥା ନୈଦାନିକ ପରୀକ୍ଷଣରୁ ଜଣାପଡ଼ିଛି ବ‌ୋଲି ବୈଜ୍ଞାନିକମାନେ କହିଛନ୍ତି।

‘୨-ଡିଜି’ (୨-ଡିଅକ୍ସି-ଡି ଗ୍ଲୁକୋଜ୍‌) ଔଷଧକୁ ‘ଡିଆର୍‌ଡିଓ’ର ପରୀକ୍ଷାଗାର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିଆର୍‌ ମେଡିସିନ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌’ (ଆଇଏନ୍‌ଏମ୍‌ଏଏସ୍‌) ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ସହ ମିଳିତ ଭାବେ ପ୍ରସ୍ତୁତ କରିଛି ।

By amfnews

Related Post