Thu. Jan 23rd, 2025

କରୋନା କାଳରେ ଭାରତକୁ ଯଥାସମ୍ଭବ ସହଯୋଗ କରିବାକୁ ଚୀନ ପସ୍ତୁତ!

By amfnews Apr 23, 2021 #Featured
113 Views

ବେଜିଂ, ଏପ୍ରିଲ ୨୩ : ଭାରତ ବିରୋଧରେ ରୀତିମତ ଭାବେ ଷଡ଼ଯନ୍ତ୍ର କରୁଥିବା ଚୀନ ଏବେ ସହଯୋଗ କରିବାକୁ ଚାହୁଁଛି । ଚୀନ କହିବା ଅନୁସାରେ କରୋନା ମହାମାରୀ ସଂକଟ ସମୟରେ ଭାରତକୁ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନବିନ ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି । ସେ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ସମଗ୍ର ମାନବ ସଭ୍ୟତା ପାଇଁ ଶତ୍ରୁ । ଏଥିରୁ ବର୍ତ୍ତିବାକୁ ହେଲେ ଏକତା ଏବଂ ପରସ୍ପର ପ୍ରତି ସହଯୋଗର ଆବଶ୍ୟକତା ଅଛି । ସେ କହିଛନ୍ତି ବିପଦ ସମୟରେ ଆମେ ଭାରତକୁ ସହଯୋଗ କରିବାକୁ ଚାହୁଁଛୁ । କିନ୍ତୁ ଏକଥା ସମସ୍ତଙ୍କୁ ଜଣା ଯେ, ଚୀନ ଲାଗି କରୋନା ଭାଇରସ ସମଗ୍ର ବିଶ୍ୱକୁ ବ୍ୟାପିଛି । 

ୱାଙ୍ଗ ୱେନବିନ କହିଛନ୍ତି ଯେ, ଭାରତରେ ବିଗିଡ଼ିଥିବା ସ୍ଥିତି ନେଇ ଆମକୁ ଜଣା ଅଛି । ବର୍ତ୍ତମାନ ଚିକିତ୍ସା ଯୋଗାଣର ଅସ୍ଥାୟୀ କମ ବାବଦରେ ଶୁଣିବାକୁ ମିଳିଛି । ମହାମାରୀକୁ ମୁକାବିଲା କରିବା ପାଇଁ ଚୀନ ଯଥାସମ୍ଭବ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିବ । କିନ୍ତୁ ବେଜିଂ ସରକାରୀ ଭାବେ ସହଯୋଗ କରିବାକୁ ଉଦ୍ୟମ କରି ନାହିଁ । 

By amfnews

Related Post