Wed. Nov 20th, 2024

କରୋନା କଟକଣାରେ ପାଳିତ ହେଉଛି ପଶ୍ଚିମ ଓଡିଶାର ପ୍ରମୁଖ ପର୍ବ ନୂଆଁଖାଇ

By amfnews Aug 23, 2020 #Featured
127 Views

ଭୁବନେଶ୍ବର, ଅଗଷ୍ଟ ୨୩  : କରୋନା କଟକଣା ମାନି ରବିବାର ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ନୂଆଁଖାଇ ପାଳିତ ହେଉଛି ।  ଗତକାଲି ପାହୁର ଯାତ୍ରା ପାଳନ ହୋଇଛି । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରାରେ ମନ୍ଦିରକୁ ଯାଇଛି ।

ଆଜି ପୂର୍ବାହ୍ନ ୯ଟା ୩୫ ମିନିଟ୍‌ରୁ ୯ଟା ୫୦ ମଧ୍ୟରେ ମା’ ସମଲାଇଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ । ପରେ ସେଠାକାର ସ୍ଥାନୀୟ ଲୋକେ ପରିବାର ସଦସ୍ୟଙ୍କ ସହ ଏକାଠି ହୋଇ ନୂଆ ଖାଇବେ । କୋଭିଡ୍ କଟକଣା ପାଇଁ ଚଳିତବର୍ଷ କେବଳ ସେବାୟତମାନେ ପୂଜା କରିବେ ।

ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ । ମା’ ସମଲାଇଙ୍କ ନବାନ୍ନ ଲାଗି ନୀତିକୁ ଭକ୍ତମାନେ ଅନଲାଇନରେ ଦେଖିବାର ସୁଯୋଗ ପାଇବେ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ସେଠାରେ ସଟଡାଉନ କଟକଣା ଅନ୍ୟସ୍ଥାନ ଅପେକ୍ଷା କୋହଳ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଁଖାଇର ଶୁଭକାମନା ଜଣାଇଛନ୍ତି । ଟ୍ବିଟ କରି ଲେଖିଛନ୍ତି ଯେ, ନୁଆଁଖାଇର ବିଶେଷ ଉତ୍ସବରେ କୃଷକଙ୍କ ପରିଶ୍ରମକୁ ପାଳନ କରାଯାଏ । ସେମାନଙ୍କର ଅଦମ୍ୟ ପରିଶ୍ରମ ହେତୁ ଦେଶ ଖାଇବାକୁ ଶସ୍ୟ ପାଇଥାଏ । ଏହି ଶୁଭ ଦିନ ସମସ୍ତଙ୍କ ପାଇଁ ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ବୋଲି କାମନା କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀରେ ଟ୍ବିଟ କରିଛନ୍ତି ଯେ, ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍।

By amfnews

Related Post