Fri. Dec 27th, 2024

କରୋନା କଟକଣା ମଧ୍ୟରେ ନଭେମ୍ୱର ୨୦ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ

By amfnews Nov 5, 2020 #Featured
127 Views

ଭୁବନେଶ୍ୱର, ନଭେମ୍ବର ୦୫ : ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭା । ବିଧାନସଭାର ଶୀତ ଅଧିବେଶନ ନଭେମ୍ୱର ୨୦ରୁ ଡିସେମ୍ବର ୩୧ ଯାଏ ଚାଲିବ । ଅଧିବେଶନର ପ୍ରଥମ ଦିନ (୨୦ ରେ) ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ କରିବେ ବୋଲି ସୂଚନା ମିଳିଛି । କରୋନାରେ ରାଜ୍ୟ ରାଜକୋଷ ସ୍ଥିତି ବିଗିଡ଼ି ଯାଇଥିଲାବେଳେ ସମ୍ବଳକୁ ଦେଖି ଅତିରିକ୍ତ ବଜେଟରେ ପାଣ୍ଠି ବରାଦ କରିବେ ସରକାର। ୨୯ରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ। ଏ ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ଥିଲା ବେଳେ ସମ୍ପୂର୍ଣ୍ଣ କରୋନା କଟକଣାରେ ଗୃହ ଚାଲିବ। ଏପରିକି ବିଧାନସଭାର ଏ ଅଧିବେଶନ କାଗଜଶୂନ୍ୟ ଭାବେ ଚାଲିବ । ଅନ୍‌ଲାଇନ୍‌ ମାଧ୍ୟମରେ ସବୁ କାମ ହେବ ବୋଲି ଜଣାପଡିଛି ।

ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଆସନ୍ତା ୨୦ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏ ଅଧିବେଶନରେ ଶନିବାର ଓ ରବିବାର ମଧ୍ୟ ଗୃହକାର୍ଯ୍ୟ ଚାଲୁ ରହିବ। ୪୦ଟି କାର୍ଯ୍ୟ ଦିବସରୁ ୫ଟି ଦିବସ ବେସରକାରୀ କାର୍ଯ୍ୟଦିବସ ରହିଛି। କେବଳ ନମ୍ବେର ୩୦ରେ ରାସପୂର୍ଣ୍ଣମୀ ଏବଂ ଡିସେମ୍ବର ୨୫ରେ ବଡ଼ଦିନ ଛୁଟି ରହିଛି। ଅତିରିକ୍ତ ବଜେଟ ଉପରେ ୪ ଦିନ ଗୃହରେ ଆଲୋଚନା ହେବ ବୋଲି କାର୍ଯ୍ୟସୂଚୀ ରହିଛି ।

By amfnews

Related Post