108 Views
ଭୁବନେଶ୍ୱର, ଏପ୍ରିଲ 18 : କରୋନା ଆଣିଲା ଦୁଃଖ । ରାଜ୍ୟରେ ପୁଣି ଜଣେ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଛି । ବଲାଙ୍ଗୀର ଜିଲ୍ଲାର ଜଣେ ଆୟୁର୍ବେଦିକ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି । ସେ ସାଗରପଡାର ଡାକ୍ତର ଦିଲୀପ ଷଡଙ୍ଗୀ ବୋଲି ଜଣାପଡିଛି ।
ଦିଲୀପ ଷଡଙ୍ଗୀ ରକ୍ସିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁର୍ବେଦିକ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ଦିଲୀପ ଷଡଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ସେ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳେକୁ ତାଙ୍କୁ 56 ବର୍ଷ ହୋଇଥିଲା ।
ଉଲ୍ଲେଖ୍ୟଯୋଗ୍ୟ ଯେ, ଗତି କିଛି ଦିନ ପୂର୍ବରୁ ମଧ୍ୟ ଆଇଏମଏସ ଓ ସମ ହସ୍ପିଟାଲର ଜଣେ 32 ବର୍ଷୀୟ ଯୁବ ଡାକ୍ତର କରୋନାରେ ପ୍ରାଣ ହରାଇଥିଲେ ।